ନବରଙ୍ଗପୁର(ମିହିର ଶଙ୍କର ପାତ୍ର):-ଡାବୁଗାଁ ଥାନା ଅଧୀନ କନ୍ୟାଆଶ୍ରମ ରାସ୍ତା ନିକଟରେ ମଙ୍ଗଳବାର ଅପରାହ୍ନ ରେ ବୃଦ୍ଧା ମହିଳା ଙ୍କ ବେକରୁ ସୁନା ଚେନ ଟାଣିନେବା ଘଟଣାରେ ଶୁକ୍ରବାର ଡାବୁଗାଁ ପୋଲିସ ୨ ଜଣ ଦୁର୍ବୁତ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଉମୁରହାଣ୍ଡି ଗ୍ରାମର ଚଞ୍ଚଳା ମାଝି ମଙ୍ଗଳବାର ସକାଳୁ ପନିପରିବା ବିକ୍ରି କରିବାକୁ ପାପଡାହାଣ୍ଡି ହାଟକୁ ଯାଇଥିଲେ | ସେଠାରେ ବିକ୍ରି କରିବା ପରେ ଅପରାହ୍ନରେ ବସ ଯୋଗେ ଆସି କନ୍ୟାଶ୍ରମ ଛକ ଠାରେ ଓହ୍ଲାଇ ନିଜ ଘର ଉମୁରହାଣ୍ଡି ଗ୍ରାମକୁ ଯିବା ବେଳେ ମୋଟରସାଇକେଲ ଯୋଗେ ୨ ଜଣ ଯୁବକ ମୁହଁରେ ମାସ ବାନ୍ଧି ଆସି ମହିଳାଙ୍କୁ ଝରିଗାଁ ରାସ୍ତା କେଉଁ ପଟେ ପଚାରିଥିଲେ | ମହିଳା ଜଣଙ୍କ ରାସ୍ତା କହି ନିଜ ଗ୍ରାମ ଆଡକୁ ଯାଉଥିବା ବେଳେ ୨ ଯୁବକ ଙ୍କ ମଧ୍ୟରୁ ଜଣେ ଯୁବକ ବୃଦ୍ଧା ମହିଳାଙ୍କ ବେକରୁ ପଛପଟୁ ତାଙ୍କ ସୁନା ଚେନ ଝାମ୍ପି ନେଇ ମୋଟର ସାଇକେଲରେ ଚାଲି ଯାଇଥିଲେ | ସେଦିନ ରାତ୍ରିରେ ମହିଳା ଚଞ୍ଚଳା ମାଝି ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା | ଅଭିଯୁକ୍ତ ମାନେ ହେଲେ ଝରିଗାଁ ବ୍ଲକ ଅଧୀନ ପିତାସିଲ ଗ୍ରାମର ପରଶୁରାମ ସାନ୍ତା (୨୪) ଓ ମୁଣ୍ଡାଗୁଡା ଗ୍ରାମର ରାକେଶ ସାନ୍ତା (୨୩) ଗିରଫ କରାଯାଇ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରଯାଇଥିଲା | ଏହାସହ ଏକ ନମ୍ବର ବିହୀନ ମୋଟରସାଇକେଲ ଜବତ କରାଯାଇଛି | ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଘଟଣାର ତଦନ୍ତ କରୁଛନ୍ତି | ଏନି ଥାନା କେସ ନଂ ୮୬/୨୫ ରେ ଏକ ମାମଲା ରୁଜୁ କରାଯାଇଛି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |