ନୂଆଦିଲ୍ଲୀ,୧୨।୫:ଆଜି ଭାରତ-ପାକ୍ ଡିଜିଏମଓ ସ୍ତରୀୟ ବୈଠକ । ଦିନ ୧୨ରେ ଉଭୟ ଦେଶର ଡିଜିଏମ୍ ସ୍ତରୀୟ ବୈଠକ ବସିବ । ତେବେ ଅସ୍ତ୍ର ବିରତି ପରେ ଗତକାଲି ସୀମାରେ ଶାନ୍ତି ଫେରିଥିବା ସୂଚନା ମିଳିଛି । ଗତକାଲି କୌଣସି ଗୁଳିମାଡ ହୋଇନଥିବା ସେନାଙ୍କ ପକ୍ଷରୁ ସୂଚନା ମିଳିଛି । ଜାମ୍ମୁକାଶ୍ମୀର ତଥା ଅନ୍ୟ ସ୍ଥାନରେ କୌଣସି ଆକ୍ରମଣ ହୋଇନଥିବା କୁହାଯାଉଛି ।ତେବେ ଗତକାଲି DGMO ପ୍ରେସମିଟ୍ କରି ପାକିସ୍ତାନ ଆକ୍ରମଣର ସମ୍ପୁର୍ଣ୍ଣ ସତ ସାମ୍ନାକୁ ଆଣିଛନ୍ତି । ଅପରେସନ ସିନ୍ଦୁରରେ ଧ୍ବଂସ ହୋଇଛି ଆତଙ୍କବାଦୀଙ୍କ ଆଡ୍ଡା । ଭାରତର ଆକ୍ରମଣ ଭୟରେ ଆତଙ୍କୀ ଆଡ୍ଡାକୁ ଖାଲି କରାଯାଇଥିଲା । ପାକିସ୍ତାନରେ 9ଟି ଆତଙ୍କବାଦୀ ଠିକଣା ଧ୍ବଂସ କରାଯିବା ସହ ଅପରେସନରେ ଶହେରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି । ପହଲଗାମ ହମଲାର ପ୍ରତିଶୋଧ ପାଇଁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁରରେ କେବଳ ଆତଙ୍କବାଦୀ ଠିକଣାକୁ ଟାର୍ଗେଟ୍ କରାଯାଇଥିଲା । ପାକିସ୍ତାାନରେ 3 ବଡ଼ ଆତଙ୍କବାଦୀ ମୁଦସର ଖାସ୍, ହାଫିଜ୍ ଜମିଲ, ୟୁସୁଫ୍ ଆଜହର ନିପାତ ହୋଇଥିବା ମିଳିତ ପ୍ରେସମିଟରେ କହିଛନ୍ତି DGMO । ପାକିସ୍ତାନ ଓ POKରେ ଅନେକ ଆତଙ୍କୀ ଆଡ୍ଡା ଧ୍ବସ୍ତ ହୋଇଛି । ୧୦୦ ଜଣ ଆତଙ୍କବାଦୀ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି ।ଏହି ଅପରେସନ ଦ୍ୱାର ପ୍ରଥମ ଟାର୍ଗେଟ ପୁରଣ ହୋଇଥିବା ବେଳେ ଆଗାମୀ ପ୍ରସ୍ତୁତି ନେଇ ସୂଚନା ଦିଆଯିବ । ଏହାରି ଭିତରେ ଆଜି ମଧ୍ୟହ୍ନ ୧୨ଟାରେ ଦୁଇ ଦେଶର ଡିଜିଏମଓଙ୍କ ମଧ୍ୟରେ ବୈଠକ ହେବାକୁ ଯାଉଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସୂଚନା ମିଳିଛି । ସୀମାନ୍ତ ରାଜ୍ୟଗୁଡିକ ରାଜସ୍ଥାନ, ପଞ୍ଜାବ, ଜାମ୍ମୁ-କାଶ୍ମୀର ଏବଂ ଗୁଜରାଟର ସୀମାବର୍ତ୍ତୀ ଅଞ୍ଚଳର ପରିସ୍ଥିତି ଏବେ ସ୍ୱାଭାବିକ ହେବାରେ ଲାଗିଛି । ବଜାର ଗୁଡିକ ଖୋଲିବା ସହ ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟ ସ୍ୱାଭାବିକ ହେବାରେ ଲାଗିଛି । ଗୁଜବରୁ ଦୂରେଇ ରହିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛି ଭାରତୀୟ ବାୟୁସେନା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |