ଶ୍ରୀମନ୍ଦିର ସୁରକ୍ଷାରେ ମୁତୟନ ହେଲା ଆର୍ମଡ୍ ଭେଇକିଲ୍

ପୁରୀ,୧୨ା୫: ପାଖେଇ ଆସୁଛି ରଥଯାତ୍ରା। ଶ୍ରୀମନ୍ଦିର ସୁରକ୍ଷା ଅନୁଧ୍ୟାନ କଲେ ଡିଜିପି ୱାଇବି ଖୁରାନିଆ। ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ମଧ୍ୟ ଅନୁଧ୍ୟାନ କଲେ ଡିଜିପି ୱାଇବି ଖୁରାନିଆ। ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ୍‌ ବ୍ୟବସ୍ଥା ନେଇ ବୈଠକ ଅନୁଷ୍ଠିତ ହୋଇଛି। ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁଁ ସମସ୍ତଙ୍କ ମନରେ ଡର ଯେ, କାଳେ ରଥଯାତ୍ରା ସମୟରେ ଆତଙ୍କବାଦୀମାନେ ପୁରୀରେ ପଶିଯିବେ କି !ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବେଶ୍ ଗୁରୁତ୍ୱ ଦିଆଯାଇଛି। ଆଜି ସକାଳେ ପୁରୀରେ ପୋଲିସ ଡିଜି ୱାଇ.ବି ଖୁରାନିଆ ପହଞ୍ଚିଥିଲେ। ରଥଯାତ୍ରା ସୁରକ୍ଷାକୁ ନେଇ ବଡ଼ ବୈଠକ ଆୟୋଜନ ହୋଇଛି। ଏଥିରେ ନିଷ୍ପତି ନିଆଯାଇଛି ଯେ, ଶ୍ରୀମନ୍ଦିର ଜଗିବେ ଆର୍ମଡ ଭେଇକିଲ।ଶ୍ରୀମନ୍ଦିର ସୁରକ୍ଷାରେ ମୁତୟନ ହେଲା ଆର୍ମଡ୍ ଭେଇକିଲ୍।ସୁରକ୍ଷା ଅନୁଧ୍ୟାନ କଲେ ଖୋଦ ନିଜେ ଡିଜିପି ୱାଇବି ଖୁରାନିଆ। ଏଥିସହ ସ୍ନାନ ଯାତ୍ରା ଓ ରଥଯାତ୍ରା ନେଇ ମଧ୍ୟ ଅନୁଧ୍ୟାନ କଲେ । ତା ସହିତ ସମସ୍ତ ପ୍ରକାର ସୁରକ୍ଷା , ଶୃଙ୍ଖଳାର ସହ ଦର୍ଶନ , ଟ୍ରାଫିକ୍ ବ୍ୟବସ୍ଥା ନେଇ ବୈଠକ ମଧ୍ୟ ହୋଇଛି।ଏଥିସହ ସ୍ନାନଯାତ୍ରା ଓ ରଥଯାତ୍ରା ବ୍ୟବସ୍ଥାକୁ ନେଇ ମଧ୍ୟ ଅନୁଧ୍ୟାନ କଲେ ଡିଜିପି । ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଏବଂ ଟ୍ରାଫିକ ବ୍ୟବସ୍ଥା ଓ ଭିଡ ନିୟନ୍ତ୍ରଣ ତଥା ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପୁରୀ ଏସ୍ ପିଙ୍କ କାର୍ଯ୍ୟ।ଳୟ ପରିସରରେ ସମୀକ୍ଷା କରାଯାଇଛି। ବୈଠକରେ ରାଜ୍ୟ ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିବା ଜଣାପଡିଛି। ଆଡିସନାଲ ଡି ଜି ଆଇନଶୃଙ୍ଖଳା ସଞ୍ଜୟ କୁମାର, ଅମିତାଭ ଠାକୁର, ଦୟାଲ ଗଙ୍ଗଓ୍ଵର, ପ୍ରବୀଣ କୁମାର, ଅନୁପ ସାହୁ, ପିନାକ ମିଶ୍ର, ଏସ ପି ଭିନିତ ଅଗ୍ରୱ।ଲ ଯୋଗଦାନ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!