ନୂଆଦିଲ୍ଲୀ,୧୨ା୫: ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ଅପରେସନ ସିନ୍ଦୂର ପରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସମ୍ବୋଧନ। ଅପରେସନ ସିନ୍ଦୂର ପରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଆଜି ରାତି ୮ଟାରେ ପ୍ରଥମ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଅପରେସନ ସିନ୍ଦୂର ସମ୍ପର୍କରେ କିଛି ସୂଚନା ଦେଇପାରନ୍ତି । ମୋଦିଙ୍କ ସମ୍ବୋଧନ ଉପରେ ସାରା ଦେଶଚର ନଜର ରହିଛି । କିଛି ସମୟ ପୂର୍ବରୁ ମୋଦି ତିନି ସେନା ମୁଖ୍ୟଙ୍କ ସହ ବୈଠକ କରିଥିଲେ । ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ସିନ୍ଦୂର ଚଳାଇ ଭାରତ ପିଓକେରେ ଥିବା ଆତଙ୍କୀ ବେସ୍କୁ ନଷ୍ଟ କରିଥିବାବେଳେ, ଆତଙ୍କୀଙ୍କୁ ସୁରକ୍ଷା ଦେଇ ପାକିସ୍ତାନ କରିଥିଲା ପାଲଟା ଆକ୍ରମଣ। ଅବଶ୍ୟ ପାକିସ୍ତାନର କୌଣସି ଚାଲ୍ କାମ କରିନଥିଲା ଭାରତ ଆଗରେ। ହେଲେ ପ୍ରାୟ ଚାରି ଦିନର ସଂଘର୍ଷ ପରେ ଗତ ଶନିବାର ସିଜଫାୟାର ଘୋଷଣା ହୋଇଥିଲା। ସଂଘର୍ଷ ଉପରେ ବିରାମ ଲାଗିଥିଲା। ଦୁଇ ଦେଶର ଡିଜିଏମଓ ସ୍ତରୀୟ କଥାବାର୍ତ୍ତା ପରେ ଏହି ନିଷ୍ପତ୍ତି ହୋଇଥିଲା। ସୋମବାର ସନ୍ଧ୍ୟାରେ ପରବର୍ତ୍ତୀ ବୈଠକ ହେବାକୁ ଯାଉଛି। ଏହି ବୈଠକ ପରେ ହିଁ ସ୍ପଷ୍ଟ ହେବ ଏହି ଅସ୍ତ୍ରବିରତି ଆଗକୁ ଜାରି ରହିବ କି’ ନାହିଁ।ତେବେ ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାତି ୮ରେ ଦେଶକୁ ସମ୍ବୋଧନ କରିବେ। ଅପରେସନ ସିନ୍ଦୂର ପରେ ପିଏମ ମୋଦୀଙ୍କ ଏହା ହେବ ପ୍ରଥମ ସମ୍ବୋଧନ। ସୂଚନାଥାଉକି, ପହଲଗାମ ଆକ୍ରମଣ ପରଠାରୁ ପିଏମ ମୋଦୀ ଲଗାତାର ଏହି ଘଟଣାକୁ ନେଇ ସକ୍ରିୟ ଅଛନ୍ତି। ଅପରେସନ ସିନ୍ଦୂର ପରେ ସେ ସେନା ମୁଖ୍ୟ, ସିଡିଏସ, ଏନଏସଏ ଠାରୁ ଅପରେସନର ବିଷୟରେ ବୁଝୁଛନ୍ତି। ସିଜଫାୟାର ପରଠାରୁ ଲଗାତାର ତିନି ସେନାର ମୁଖ୍ୟ ଅପରେସନ ସିନ୍ଦୂର ଉପରେ ଗଣମାଧ୍ୟମ ସମ୍ମିଳନୀ କରୁଛନ୍ତି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |