ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୧୨।୫:- କଷାଗମୁଡା ଵ୍ଳକର ଚିକଲ ପଦର ଗ୍ରାମ ଠାରେ ଅଭିଭୁକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ମହାସଭା ଶାଖା -ନଵରଙ୍ଗପୁର ତରଫରୁ ଅଭିଭୁକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ମହାସଭାର ସଦସ୍ୟ ଶ୍ରୀ ଜଗବନ୍ଧୁ ଗୈାଡ, ଅଧ୍ୟକ୍ଷତାରେ ଗୋଟିଏ ବ୍ଲକ ସ୍ତରୀୟ ସାଧାରଣ ସଭାର ଆୟୋଜନ କରାଯାଇଥିଲା ପ୍ରଥମେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା ଅର୍ଚ୍ଚନା କରି ଅତିଥି ମାନଙ୍କୁ ଫୁଲତୋଳା ଓ ଅତର ଦେଇ ସମ୍ବର୍ଧନା ଦିଆଯାଇଥିଲା,ଏଥିରେ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ଅଭିଭୁକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ମହାସଭା ସାଧାରଣ ସଂପାଦକ ଶ୍ରୀ ଯୁକ୍ତପର୍ଶୁରାମ ନାୟକ ଯାଦବ, ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଥିଲେ ଡାବୁଗାଁ ବ୍ଳକର ଵ୍ଳକ ସଭାପତି ଶ୍ରୀଯୁକ୍ତ କୃପା ସିନ୍ଧୁ ଗୈାଡ, ଉମରକୋଟ ନଗର ସଭାପତି ଶ୍ରୀଯୁକ୍ତ ଗୋପାଳ ଗୈାଡ,ପାପଡାହାଣ୍ଡି ଵ୍ଳକର ସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ଗୈାଡ, ସଂପାଦକ ଶ୍ରୀ ଯୁକ୍ତ ଶୁକୃ ଗୈାଡ, ଉପସଭାପତି ଶ୍ରୀ ଜଗବନ୍ଧୁ ଗୈାଡ, ଉମରକୋଟ ଵ୍ଳକର ଶ୍ରୀ ଶରଣ ଗୈାଡ, ପଦନଗୈାଡ, ଡମ୍ବରୁଧର ଗୈାଡ, ବୃଦ୍ଧା ବନ ନାୟକ, ,ରୁପଚନଦ ଗୈାଡ, ଅଶୋକ ନାୟକ, ଏଥିରେ ଅଭିଭୁକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ମହାସଭାର ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ପର୍ଶୁରାମ ନାୟକ ସମାଜର ରିତି ନିତି ,ଶିକ୍ଷା, ବାଲ୍ୟ ବିବାହ, ବ୍ରତ,କୁଶଷ୍କାର, ବିଷୟରେ ଆଲୋଚନା କରାଯାଇ ଥିଲା, ସେଷରେ କଷାଗୁମୁଡା ବ୍ଳକର ଵ୍ଳକ କମିଟି ଗଠନ କରାଯାଇଥିଲା ଵ୍ଳକ ସଭାପତି ପଦ ସକାଶେ ଶ୍ରୀ ବୈଦ୍ୟନାଥ ଗୈାଡ, ଉପସଭାପତି ଶ୍ରୀ ଲକିନାଥ ଗୈାଡ,ବଳରାମ ଗୈାଡ, ସାଧାରଣ ସଂପାଦକ ଶ୍ରୀ କମଳୁ ଗୈାଡ,ସହ ସଂପାଦକ ଶ୍ରୀ ଭଗତ ଗୈାଡ,ସମେତ କଷାଗୁମୁଡା ବ୍ଳକର ପ୍ରତ୍ୟେକ ଜିପିର ଯାଦବ ମାନଙ୍କୁ ସଦସ୍ୟ ରଖାଗଲା ନୁତନ କମିଟିକୁ ସମ୍ମାନ ପ୍ରଦାନ କରି ଵ୍ଳକର ସଂପୂର୍ଣ୍ଣ ଦାୟିତ୍ଵ ଦେଲେ ଶେଷରେ ନୁତନ ସଭାପତି ଶ୍ରୀଯୁକ୍ତ ବୈଦ୍ୟନାଥ ଗୈାଡ ଧନ୍ୟବାଦ ଦେଇ ସଭା ଭଙ୍ଗକରି ଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |