ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୧୨।୫:- ଝରିଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାମପଦର ମହିମା ଆଶ୍ରମ ରେ ବ୍ରହ୍ମ ଅବଧୂତ ଡମ୍ବରୁ ବାବା, ସୌଭାଗ୍ୟ ବାବା ଓ ବିଭୀଷଣ ବାବା ଙ୍କ ତତ୍ବାବଧାନରେ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ବିଜେପି ସଭାପତି କୁଞ୍ଜବିହାରୀ ଦାଶ, ସମ୍ମାନିତ ଅତିଥି ଭାବେ ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ, ଏବଂ ବିଶିଷ୍ଟ ଅତିଥି ଭାବେ ସୋମନାଥ ପୂଜାରୀ ଯୋଗ ଦେଇ ଥିଲେ। ସନ୍ଥ ଯଦୁମଣି ଦାସ, ଋଷି ଦାସ , ଭକ୍ତ ବିଭୁ ମେହେର ପ୍ରମୁଖ ମଞ୍ଚାସିନ ଥିଲେ। ସଂପୂର୍ଣ୍ଣ ହିନ୍ଦୁ ମହିମା ସମାଜ ର ନୀତିନିୟମ ଅନୁସାରେ ଏକ ଆଧ୍ୟାତ୍ମିକ ପରିବେଶରେ ଭୀମଭୋଇଙ୍କ ଜୟନ୍ତୀ ପାଳନ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |