ଭଦ୍ରକ,୧୨ା୫ :ଜାଲ୍ ନୋଟ୍ କାରବାର ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଶନିବାର ଜଣଙ୍କୁ ଗିରଫ କରିଥିବା ବେଳେ ରବିବାର ରାତିରେ ଏହି ରାକେଟର ମାଷ୍ଟର ମାଇଣ୍ଡକୁ ଯାଜପୁର ଜିଲା ଦଶରଥପୁର ଥାନା ଛଞ୍ଚିଣା ଗ୍ରାମରୁ ତାଙ୍କ ଘରୁ ଗିରଫ କରିଛି l ଗ୍ରାମାଞ୍ଚଳ ଥାନା ଆନନ୍ଦବଜାରର ଏକ ଷ୍ଟେସନାରୀ ଦୋକାନରେ ଜଣେ ଯୁବକ ଶନିବାର ସାମଗ୍ରୀ କିଣି ଏକ ୨୦୦ ଟଙ୍କା ନୋଟ ଦେଇଥିଲେ l ଉକ୍ତ ନୋଟ୍ ଜାଲ ଥିବା ଜାଣିପାରି ପାଖ ଦୋକାନୀଙ୍କ ସହାୟତାରେ ଉକ୍ତ ଯୁବକଙ୍କୁ କାବୁ କରି ପୋଲିସକୁ ଦେଇଥିଲେ l ଉକ୍ତ ଯୁବକ ହେଉଛନ୍ତି ଅର୍ଣ୍ଣପାଳ ଗ୍ରାମର ସୁଶାନ୍ତ ସାହୁ। ତାଙ୍କ ଜମାନ ବନ୍ଦୀ ଅନୁସାରେ ପୋଲିସ ରବିବାର ରାତିରେ ଦଶରଥପୁର ଗ୍ରାମରୁ ମାଷ୍ଟରମାଇଣ୍ଡ ଚନ୍ଦ୍ରମଣି ବଳକୁ ଗିରଫ କରିଥିବା ଖବରଦାତା ସମ୍ମିଳନୀରେ ସୋମବାର ସୂଚନା ଦେଇଛି ପୋଲିସ l ଚନ୍ଦ୍ରମଣିଙ୍କ ଘରୁ ୨ ଲକ୍ଷ ୭୨ ହଜାର ୮୦୦ ଟଙ୍କା ଜାଲ ନୋଟ ଜବତ କରାଯାଇଛି ବୋଲି ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସ୍ଡିପିଓ ବିଚିତ୍ରାନନ୍ଦ ସେଠୀ। ଚନ୍ଦ୍ରମଣି ନାମରେ ପୂର୍ବରୁ ବହୁ ମାମଲା ରହିଥିବା ବେଳେ ଯାଜପୁର ଟାଉନ ଥାନା, ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡା ପୋଲିସ, କାଳିଆପାଣି ପୋଲିସ ଗିରଫ କରିଥିଲା l ଦେଉଳାପାଳ ଗାଁରେ ନକଲି ଟଙ୍କା ଦେଇ ସାମଗ୍ରୀ କିଣିବା ସମୟରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଧରାପଡ଼ିଥିବା ଯୁବକଙ୍କୁ ମାନସ ସାହୁ ଭାବେ ଚିହ୍ନଟ କରାଯାଇଛି। ମାନସଙ୍କୁ ଗିରଫ କରିବା ପରେ ନକଲି ଟଙ୍କା ରାକେଟର ପର୍ଦ୍ଦାଫାଶ୍ ହୋଇଛି। ତାଙ୍କୁ ଗିରଫ କରିବା ପରେ ପୁଲିସ ୭,୧୦୦ ଟଙ୍କା ମୂଲ୍ୟର ନକଲି ନୋଟ୍ ଜବତ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |