କାଲିଠୁ ତ୍ରିରଙ୍ଗା ଯାତ୍ରା

ନୂଆଦିଲ୍ଲୀ,୧୨ା୫:  ମେ ୧୩ ତାରିଖରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆୟୋଜନ କରିବ ଭାରତୀୟ ଜନତା ପାର୍ଟି(ବିଜେପି)। ଦେଶବ୍ୟାପୀ ଏହି ଯାତ୍ରା କରାଯିବ ।ଏହା ୨୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଚାଲିବ। ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଅପରେସନ ‘ସିନ୍ଦୂର’ର ସଫଳତା ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଯିବା ଏହି ଯାତ୍ରାର ଉଦ୍ଦେଶ୍ୟ ବୋଲି କୁହାଯାଇଛି।କାଲିଠାରୁ ଦେଶବ୍ୟାପୀ ତ୍ରିରଙ୍ଗାଯାତ୍ରା ଆରମ୍ଭ କରାଯିବ । ତ୍ରିରଙ୍ଗା ଯାତ୍ରା ସାରା ଦେଶରେ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏଥିରେ ଭାଜପା ସାଂସଦ, କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେବେ ।ଅପରେସନ ସିନ୍ଦୂରରେ ଭାରତ କିପରି ନିଜ ନାଗରିକମାନଙ୍କୁ ସଙ୍କଟରୁ ସୁରକ୍ଷିତ ରଖିଲା ଏବଂ ଜାତୀୟ ସ୍ଵାଭିମାନକୁ ମଜଭୁତ କଲା ସେ ବିଷୟରେ ବିଜେପି ଏହି ଅଭିଯାନ ଜରିଆରେ ଜନସାଧାରଣଙ୍କୁ ବୁଝାଇବ। ଦଳର ବରିଷ୍ଠ ନେତା ସମ୍ବିତ ପାତ୍ର, ବିନୋଦ ତାବଡେ ଏବଂ ତରୁଣ ଚୁଗଙ୍କୁ ତ୍ରିରଙ୍ଗା ଯାତ୍ରା ପରିଚାଳନା ଦାୟିତ୍ଵ ଦିଆଯାଇଛି। ଏହାବ୍ୟତୀତ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ନେତା ନିଜେ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଯାତ୍ରାର ନେତୃତ୍ଵ ନେବେ। ଦଳର ମୁଖପାତ୍ର ସାଂସଦ ସମ୍ବିତ ପାତ୍ର ସୋମବାର ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେବା ସହିତ ଭାରତ ଆତଙ୍କବାଦ ବିରୋଧରେ ଲଢ଼େଇ ଲଢ଼ିଛି ଏବଂ ସେନାର ସାହସ ଏହି ଅପରେସନକୁ ସଫଳ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!