ରାଜଧାନୀରେ ‘ଆମ ବସ୍‌’ ସେବା ଠପ୍‌

ଭୁବନେଶ୍ୱର,୧୩।୫: ରାଜଧାନୀ ଭୁବନେଶ୍ୱରରେ ‘ଆମ ବସ୍‌’ ସେବା ଠପ୍ ରହିଛି। ବିନା କାରଣରେ ଡ୍ରାଇଭର୍ ଓ କଣ୍ଡକ୍ଟରଙ୍କୁ ମାଡ଼ ଅଭିଯୋଗ ହୋଇଛି। ଏଥିପାଇଁ ଆନ୍ଦୋଳନ ଜାରି ରହିଛି। ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ବସ୍ ଡ୍ରାଇଭର ଓ କଣ୍ଡକ୍ଟର।  ଆଜି ରାଜଧାନୀ ଭୁବନେଶ୍ୱରରେ ‘ଆମ ବସ୍’ ସେବା ବନ୍ଦ ରହିଛି ।  ଡିପୋରେ ବସ୍ ଠିଆ କରି ଆନ୍ଦୋଳନରେ ବସିଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । ବିନା କାରଣରେ ଲୋକମାନେ ଅନେକ ସମୟରେ ଡ୍ରାଇଭର ଓ କଣ୍ଡକ୍ଟରକୁ ମାଡ଼ ମାରିବା ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ‘ଆମ ବସ୍’ କର୍ମଚାରୀ । ରାଜ୍ୟ ସରକାର ସୁରକ୍ଷା ଦେଲେ ଆମେ ଗାଡ଼ି ଚଲାଇବୁ । ନହେଲେ ଗାଡ଼ି ଗଡିବ ନାହିଁ ବୋଲି କହିଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । ଯାହାଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।ଗତକାଲି ସମ୍ ହସ୍ପିଟାଲ ଡିପୋରେ ଜଣେ ଆମ ବସ୍ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ବସ୍ ଯାଉଥିବା ବେଳେ ଧୂଳି ଉଡିବାରୁ କିଛି ସ୍ଥାନୀୟ ଲୋକେ ଡିପୋରେ ପଶି କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଆମ ବସ୍ କର୍ମଚାରୀଙ୍କୁ ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । ବସ୍ ଚଳାଚଳ ବନ୍ଦ ଥିବାରୁ ଆଜି ଭୁବନେଶ୍ୱରରେ ଯାତ୍ରୀମାନେ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!