ଭୁବନେଶ୍ୱର,୧୩ା୫:ଆଜିଠାରୁ ବିଜେପିର ତ୍ରିରଙ୍ଗା ଯାତ୍ରା । ଅପରେସନ ସିନ୍ଦୂରର ସଫଳତା ପରେ ଆଜିଠୁ ଯାଏଁ ୧୦ ଦିନ ଧରି ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା କରିବ ବିଜେପି । ଏହି ଯାତ୍ରାରେ ଅପରେସନ ସିନ୍ଦୂରର ଉପଲବ୍ଧି ସମ୍ପର୍କରେ ସବୁ ଲୋକଙ୍କୁ ଅବଗତ କରାଯିବ । ଆଜିଠାରୁ ମେ’ ୨୩ ପର୍ଯ୍ୟନ୍ତ ସାରା ଦେଶରେ ୧୦ ଦିନିଆ ତ୍ରିରଙ୍ଗା ଯାତ୍ରା କରାଯିବ। ଏହି ଯାତ୍ରାର ଉଦ୍ଦେଶ୍ୟ ‘ଅପରେସନ ସିନ୍ଦୂର’ର ସଫଳତାକୁ ପାଳନ କରିବା ଏବଂ ଆତଙ୍କବାଦ ବିରୋଧରେ ଦେଶର ପ୍ରତିବଦ୍ଧତା ପ୍ରଦର୍ଶନ କରିବା। ସମ୍ବିତ ପାତ୍ର, ବିନୋଦ ତାୱଡେ ଓ ତରୁଣ ଚୁଘଙ୍କ ସମେତ ବରିଷ୍ଠ ବିଜେପି ନେତାମାନଙ୍କୁ ଯାତ୍ରାର ସମନ୍ୱୟ ଦାୟିତ୍ୱ ଦିଆଯାଇଛି। ଦଳର ଶୀର୍ଷ ନେତା, କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନେ ରାଜ୍ୟଗୁଡ଼ିକରେ ରାଲିର ନେତୃତ୍ୱ ନେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏହି ପଦକ୍ଷେପର ଲକ୍ଷ୍ୟ ସଶସ୍ତ୍ର ବାହିନୀକୁ ସମ୍ମାନିତ କରିବା।ଏହି ଅପରେସନ ମାଧ୍ୟମରେ ଭାରତ କିପରି ନିଜ ନାଗରିକଙ୍କ ସୁରକ୍ଷା ମଜଭୁତ କରିବା ସହ ଦେଶର ସ୍ବାଭିମାନକୁ ସୁରକ୍ଷିତ ରଖିଛି ସେନେଇ ଲୋକଙ୍କୁ ଜଣାଯିବ । ଦେଶର ବରିଷ୍ଠ ନେତା ଓ ମନ୍ତ୍ରୀମାନେ ତ୍ରିରଙ୍ଗା ଯାତ୍ରା ପରିଚାଳନା କରିବେ । ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ନିର୍ବାଚିତ ପ୍ରତିନିଧି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦ୍ୱାରା ଘୋଷିତ ଏହି ତ୍ରିରଙ୍ଗା ଯାତ୍ରାର ଉଦ୍ଦେଶ୍ୟ ଭାରତୀୟ ସେନାକୁ ସମ୍ମାନ ଦେବା ଓ ଅପରେସନ ସିନ୍ଦୂରର ସଫଳତା ବିଷୟରେ ଜଣାଇବା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |