ଯାଜପୁର,୧୩।୫: ଯାଜପୁର ଛତିଆରେ ବୋମା ବିସ୍ଫୋରଣ । ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।ବିସ୍ଫୋରଣ ପଛର କାରଣ ଜଣାପଡ଼ିନାହିଁ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ଦେହକୁ ପୋଲିସ ଜବତ କରିଛି ।ସ୍ଥାନୀୟ ପୋଲିସ ଘଟଣାରେ ପହଞ୍ଚି, ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି ।ନିଆଁରେ ଜଳିଗଲା ଦୁଇଟି ବାଇକ ।ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ବସଷ୍ଟାଣ୍ଡ ନିକଟରେ। ଗୁରୁତରଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବୈାରୀ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।ତେବେ କୁହାଯାଉଛି ୩ ଯୁବକ କଳାପଲସରରେ ଆସି ଏକ ମଦ କାଉଣ୍ଟର ପାଖରେ ଅଟକିଥିଲେ। ସେହି ସମୟରେ ବ୍ଲଷ୍ଟ ହୋଇଥିଲା। ଏହା ମଧ୍ୟ ଚର୍ଚ୍ଚା ହେଉଛି କି ଉକ୍ତ ଯୁବକଙ୍କ ଉପରକୁ କେହି ବୋମା ପକାଇ ନାହାନ୍ତି କିମ୍ବା ସେମାନେ ମଧ୍ୟ କାହା ଉପରକୁ ବୋମା ନିକ୍ଷେପ କରି ନାହାନ୍ତି। ସେମାନେ ସାଥିରେ ବୋମା ନେଇ ଯାଉଥିବା କୁହାଯାଉଛି। ଅନ୍ୟପକ୍ଷେ ଉକ୍ତ ଯୁବକ ବଡ଼କ୍ଷଚଣା ନିକଟ ଦେଉଳକୂଳ ଗ୍ରାମର ବୋଲି କୁହାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |