ନୂଆଦିଲ୍ଲୀ,୧୩।୫: ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଭାରତ । ଭାରତ କହିଲା POK ଖାଲି କରୁ ପାକିସ୍ତାନ । ଆଜି MEA ତଥା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନକୁ ଏହି ଚେତାବନୀ ଦିଆଯାଇଛି । ଆମର ଏକ ଦୀର୍ଘକାଳୀନ ଜାତୀୟ ନୀତି ଅଛି । ସେହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ବାକି ଥିବା ବିଷୟ ହେଉଛି ପାକିସ୍ତାନ ଦ୍ୱାରା ଅବୈଧ ଭାବରେ ଅଧିକୃତ ଭାରତୀୟ ଅଞ୍ଚଳକୁ ମୁକ୍ତ କରିବା ।ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଭାରତ କଶ୍ମୀର ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ କଡ଼ା ଆପତ୍ତି ପ୍ରକାଶ କରିଛି। ମଙ୍ଗଳବାର ଭାରତର ମତ ସ୍ପଷ୍ଟ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲା।ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ‘ଭାରତ କଶ୍ମୀର ଉପରେ କାହାର ମଧ୍ୟସ୍ଥତା ଗ୍ରହଣ କରେ ନାହିଁ।’ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କୁ ଜବାବ ଦେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଜମ୍ମୁ-କଶ୍ମୀର କେବଳ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ପ୍ରସଙ୍ଗ ଏବଂ ଏବେ କେବଳ ପାକିସ୍ତାନ ଅଧିକୃତ (ପିଓକେ) ଖାଲି କରିବା ପ୍ରସଙ୍ଗ।ଜମ୍ମୁ-କଶ୍ମୀର ସହିତ ଜଡିତ ଯେକୌଣସି ପ୍ରସଙ୍ଗ ଦ୍ୱିପାକ୍ଷିକ। ଆମର ଏକ ଦୀର୍ଘକାଳୀନ ଜାତୀୟ ନୀତି ଅଛି। ସେହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ବାକି ଥିବା ବିଷୟ ହେଉଛି ପାକିସ୍ତାନ ଦ୍ୱାରା ଅବୈଧ ଭାବରେ ଅଧିକୃତ ଭାରତୀୟ ଅଞ୍ଚଳକୁ ମୁକ୍ତ କରିବା। ଅସ୍ତ୍ରବିରତି ସହ ଆମେରିକା ରାଷ୍ଟ୍ରପତି ବାଣିଜ୍ୟକୁ ଯୋଡ଼ିବା ପ୍ରସଙ୍ଗ ଅଟେ। ଏନେଇ ସ୍ପଷ୍ଟ କରିଛନ୍ତି ବୈଦେଶିକ ବିଭାଗ ମୁଖପାତ୍ର ରଣଧୀର ଜୟସ୍ବାଲ। ଭାରତ-ପାକିସ୍ତାନ ଉତ୍ତେଜନା ବେଳେ USA ସହ ଆଲୋଚନା ହୋଇଛି। ସେହି ସମୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ହୋଇନି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |