ଭୁବନେଶ୍ୱରରେ ପରାକ୍ରମ ଶୋଭାଯାତ୍ରା

ଭୁବନେଶ୍ବର,୧୪ା୫ : ଆଜି ଠାରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା |  ଏହି କାର୍ଯ୍ୟକ୍ରମ ୧୦ ଦିନ ଧରି ଚାଲିବ|କଳିଙ୍ଗ ଷ୍ଟାଡିୟମରୁ ପତାକା ଦେଖାଇ ବାଇକ ରାଲିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ |ଆଜି ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇସାରିଛି ପରାକ୍ରମ ଶୋଭାଯାତ୍ରା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ବାହାରିଛି ଏହି ଶୋଭାଯାତ୍ରା।ଭାରତ ପାକିସ୍ତାନ ବିରୋଧରେ ‘ଅପରେସନ୍‌ ସିନ୍ଦୂର’ରେ ଭାରତୀୟ ସେନାର ସଫଳତାକୁ କୃତଜ୍ଞତା ସହିତ ସମର୍ଥନ ଜଣାଇଛନ୍ତି ରାଜ୍ୟ ସରକାର। ସେନାର ମନବଳ ସୁଦୃଢ଼ ପାଇଁ ସରକାରଙ୍କ ପକ୍ଷରୁ ଆସନ୍ତାକାଲି କଳିଙ୍ଗ ଷ୍ଟାଡ଼ିୟମରୁ ଏକ ମୋଟରସାଇକଲ (ତ୍ରିରଙ୍ଗା) ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ପତାକା ଦେଖାଇ ଏହାର ଉଦ୍‌ଘାଟନ କରିଛନ୍ତି।  ରାଜ୍ୟ ସଚିବାଳୟ ସେବାର ସମସ୍ତ କର୍ମଚାରୀ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିବା ମୋଟରସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଏହି ବାଇକ୍ ଶୋଭାଯାତ୍ରାରେ ଓଡ଼ିଶା ପୋଲିସ, CRPF, ୧୨୦ ବାଟାଲିୟନ, NCC, ଟ୍ରାଫିକ ପୋଲିସ, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ସାମାଜିକ ଅନୁଷ୍ଠାନ ଜାତୀୟ ପତାକା ଧରି ଶୋଭାଯାତ୍ରାରେ ବାହାରିଛନ୍ତି । କଳିଙ୍ଗ ଷ୍ଟାଡିୟମ- ୩ ନମ୍ବର ଗେଟରୁ ବାହାରି ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବାଣୀ ବିହାର, ରାଜପଥ ଦେଇ ରାଜମହଲ ଛକ, AG ଛକ ଦେଇ ରାଜଭବନ ଛକରେ ଶେଷ ହେବ ପରାକ୍ରମ ଶୋଭାଯାତ୍ରା । ଅପରେସନ ସିନ୍ଦୂରର ସଫଳତାକୁ ନେଇ ଆଜିଠୁ ବିଜେପି ପକ୍ଷରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା, ୧୦ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଏହା ମାଧ୍ୟମରେ ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ଭାରତ କିପରି ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ବିଶ୍ବରେ ନିଜର ସ୍ବାଭିମାନକୁ ସୁରକ୍ଷିତ ରଖିପାରିଛି ଏହାକୁ ଉପସ୍ଥାପନା କରାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!