ନୂଆଦିଲ୍ଲୀ ୧୪। ୫: ଭାରତ ଏବେ ଡ୍ରୋନ ବିପଦକୁ ରୋକିବା ପାଇଁ ଏକ ନୂଆ ତଥା ସ୍ୱଳ୍ପ ବ୍ୟୟର ସମାଧାନ ଖୋଜି ବାହାର କରିଛି। ‘ଭାର୍ଗବାସ୍ତ୍ର’ ନାମକ ଏହି ହାର୍ଡ କିଲ ମୋଡ କାଉଣ୍ଟର ଡ୍ରୋନ ଡିଫେନ୍ସ ସିଷ୍ଟମକୁ ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ (ଏସଡିଏଲ) ଡିଜାଇନ ଓ ବିକଶିତ କରିଛନ୍ତି। ଏହି ଭାର୍ଗବାସ୍ତ୍ର ଏକକାଳୀନ ଆସୁଥିବା ମେଞ୍ଚାମେଞ୍ଚା ଡ୍ରୋନକୁ ଆକାଶରେ ନିଶେଷ କରିଦେବ। ଏହି ଡ୍ରୋନ ଡିଫେନସ ସିଷ୍ଟମ ଏହାର ପ୍ରଥମ ପରୀକ୍ଷଣରେ ହିଁ ଉତୀର୍ଣ୍ଣ ହୋଇଛି। ଆହୁରି ଶକ୍ତିଶାଳୀ ହେବ ଭାରତର ଏୟାର ଡିଫେନ୍ସ ସିଷ୍ଟମ। ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନାର ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମର ଉଦାହରଣ ସମଗ୍ର ବିଶ୍ବ ଦେଖିଥିଲା। ଭାରତର ଉତ୍ତର ଓ ପଶ୍ଚିମ ପ୍ରାନ୍ତରେ ସୁରକ୍ଷା ପ୍ରାଚୀର ଭଳି ଠିଆ ହୋଇଥିଲେ S400 ସୁଦର୍ଶନ ଚକ୍ର ସହ SAMAR, ଆକାଶ, ପେଚୋରା ଓ C-UAS ଗ୍ରୀଡ୍ ଏୟାର ଡିଫେନ୍ସ ସିଷ୍ଟମ। ଏହା ସହିତ ଏବେ ଯୋଡି ହୋଇଯିବ ଆଉ ଏକ ଅସ୍ତ୍ର। ଏହାର ନାମ ହେଉଛି ଭାର୍ଗବାସ୍ତ୍ର ।ସମସ୍ତ ୪ଟି ଜାକ ରକେଟ୍ ପରୀକ୍ଷଣରୁ କରାଯାଉଥିବା ଆଶା ପୂରଣ କରିଥିବା ବେଳେ ସବୁ ପରୀକ୍ଷଣ ମାନକକୁ ମଧ୍ୟ ପୂରା କରିଛନ୍ତି। ଏସଡିଏଲ ଅନୁସାରେ ଭାର୍ଗବାସ୍ତ୍ର ବଡ଼ ଧରଣର ଡ୍ରୋନ ଆକ୍ରମଣ ମୁକାବିଲା ନିମନ୍ତେ ବୈଷୟିକ ଦୃଷ୍ଟିରୁ ବଡ଼ ପଦକ୍ଷେପ ସାବ୍ୟସ୍ତ ହୋଇପାରେ। ଏହି ପରୀକ୍ଷଣର ସଫଳତା ସହିତ ସିଷ୍ଟମ ଭବିଷ୍ୟତରେ ଭାରତର ଡ୍ରୋନ ନିରୋଧ କ୍ଷମତାକୁ ଆହୁରି ମଜଭୁତ କରିବା ସହିତ ସେନାକୁ ଆଧୁନିକ ବିପଦର ମୁକାବିଲା ନିମନ୍ତେ ଅଧିକ ଶକ୍ତିଶାଳୀ କରିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |