ଭୁବନେଶ୍ୱର,୧୫।୫: ଭିଜିଲାନ୍ସ ଜାଲରେ ଧର୍ମଶାଳା ABDO। ଧର୍ମଶାଳା ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଅସିତ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସର ରେଡ୍ ପଡିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ରେଡ୍ ପଡିଥିବା ଜଣାପଡିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ଧର୍ମଶାଳା ABDO ଅସିତ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଅସିତଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।ଏକକାଳୀନ ୭ଟି ସ୍ଥାନରେ ଚଢାଉ ଜାରି ରହିଛି। କଟକ, ଭୁବନେଶ୍ୱର, ଭଦ୍ରକ ଏବଂ ଯାଜପୁରରେ ରେଡ୍ ପଡ଼ିଛି। ଚାଉଳିଆଗଞ୍ଜ ମେଟ୍ରୋ ଆଭିନ୍ୟୁ ଆପାର୍ଟମେଣ୍ଟରେ ଏହି ରେଡ୍ ଜାରି ରହିଛି।ଧର୍ମଶାଳା କାର୍ଯ୍ୟାଳୟ, ସରକାରୀ ବାସଭବନରେ ମଧ୍ୟ ଚଢାଉ। ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସର ଟିମ୍ ଚଢାଉ ଜାରି ରଖିଛନ୍ତି। କେତେ ସଂପତ୍ତିଏବଂ କେତେ ସୁନା ଜବତ ହୋଇଛି, ତାହା ବର୍ତ୍ତମାନ ଜଣାପଡିନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |