ମନ୍ତ୍ରୀ ବିଜୟ ଶାହାଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

 

ନୂଆଦିଲ୍ଲୀ ,୧୫।୫: କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଉପରେ ଅପମାନଜନ ମନ୍ତବ୍ୟ ପାଇଁ ମନ୍ତ୍ରୀ ବିଜୟ ଶାହଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ତାଗିଦ କରିବା ସହ ସୋଫିଆ କର୍ଣ୍ଣେଲଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମଧ୍ୟପ୍ରଦେଶ ହାଇକୋର୍ଟର ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଆବେଦନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସିଜେଆଇ ବିଆର ଗଭାଇ ବିଜୟ ଶାହଙ୍କୁ ପଚାରିଥିଲେ ଯେ ଆପଣ କି ପ୍ରକାରର ବୟାନ ଦେଉଛନ୍ତି? ଆପଣ ଜଣେ ମନ୍ତ୍ରୀ। ଜଣେ ମନ୍ତ୍ରୀ ହୋଇ, ଆପଣ କି ପ୍ରକାରର ଭାଷା ବ୍ୟବହାର କରୁଛନ୍ତି? ଏହା କ’ଣ ଜଣେ ମନ୍ତ୍ରୀଙ୍କୁ ଶୋଭା ଦିଏ? କୋର୍ଟ କହିଛନ୍ତି ଯେ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କଠାରୁ ଏପରି ବୟାନ ଆଶା କରାଯାଏ ନାହିଁ। ଯେତେବେଳେ ଦେଶ ଏପରି ପରିସ୍ଥିତି ଦେଇ ଗତି କରୁଛି, ସେତେବେଳେ ଜଣେ ଦାୟିତ୍ୱବାନ ପଦବୀରେ ଥିବା ବ୍ୟକ୍ତିଙ୍କଠାରୁ ଏପରି ବୟାନ ଆଶା କରାଯାଇ ପାରିବ ନାହିଁ।ଏହା ଉପରେ ଓକିଲ କହିଛନ୍ତି ଯେ ତାଙ୍କ ମହକିଲ କ୍ଷମା ମାଗିଛନ୍ତି। ଗଣମାଧ୍ୟମ ତାଙ୍କ ବକ୍ତବ୍ୟକୁ ବିକୃତ କରିଛି। ଗଣମାଧ୍ୟମ ଏହାକୁ ଅତ୍ୟଧିକ ପ୍ରଚାର କଲା। କୋର୍ଟ ବିଜୟ ଶାହଙ୍କ ବିରୋଧରେ ଏଫଆଇଆର ଉପରେ ସ୍ଥଗିତାଦେଶ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ସୋଫିଆ କୁରେଶୀଙ୍କ ଉପରେ ମଧ୍ୟପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ ବିଜୟ ଶାହଙ୍କ ବିବାଦୀୟ ବୟାନ ପରେ ମହୁ ତହସିଲ୍ ସ୍ଥିତ ମାନପୁର ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ସମ୍ପର୍କରେ ଦିଆଯାଇଥିବା ବିବାଦୀୟ ବୟାନ ଉପରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ସେ ଏକ ସାଧାରଣ ସଭାରେ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ନାମ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଏହି ସମ୍ପୂର୍ଣ୍ଣ ମାମଲାରେ ବିବାଦ ଘନୀଭୂତ ହେବା ପରେ ବିଜୟ ଶାହା କ୍ଷମା ମାଗିଥିଲେ। କହିଥିଲେ ଯେ ମୁଁ ସ୍ୱପ୍ନରେ ମଧ୍ୟ କର୍ଣ୍ଣେଲ ସୋଫିଆ ଭଉଣୀଙ୍କ ବିଷୟରେ ଭୁଲ ଭାବିପାରିବି ନାହିଁ। ମୁଁ ସେନା ପ୍ରତି କୌଣସି ଅପମାନ ବିଷୟରେ ଭାବି ମଧ୍ୟ ପାରୁନାହିଁ। ଯଦି ମୁଁ ଉତ୍ତେଜନାରେ କିଛି ଭୁଲ କହିଦେଇଥାଏ, ତେବେ ମୁଁ ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!