ନୂଆଦିଲ୍ଲୀ,୧୫।୫: ମେ’ ୧୭ରୁ ପୁଣି ଆଇପିଏଲ୍ ମ୍ୟାଚ ଆରମ୍ଭ କରାଯିବ। ଆରସିବି ଓ କଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ୬ଟି ଭେନ୍ୟୁରେ ଅବଶିଷ୍ଟ ୧୭ଟି ମ୍ୟାଚ ଅନୁଷ୍ଠିତ ହେବ। ବେଙ୍ଗାଲୁରୁ, ଜୟପୁର, ଦିଲ୍ଲୀ, ଲକ୍ଷେ୍ମø, ମୁମ୍ବାଇ, ଅହମ୍ମଦାବାଦରେ ମ୍ୟାଚ ଖେଳାଯିବ। ଆଇପିଏଲ-୧୮’ର ବଳକା ଥିବା ମ୍ୟାଚ୍ ଖେଳିବାକୁ ଅଧିକାଂଶ ବିଦେଶୀ ଖେଳାଳି ଭାରତ ପ୍ରତ୍ୟାବର୍ତ୍ତନ କରିବେ। ଅବଶ୍ୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର କେତେଜଣ ଖେଳାଳି ଭାରତ ନ ଆସିବା ସ୍ପଷ୍ଟ ହୋଇଛି। ୧୭ ତାରିଖରୁ ଆଇପିଏଲ୍ର ବାକି ମ୍ୟାଚ୍ଗୁଡିକ ଆରମ୍ଭ ହେବ। ସନରାଇଜର୍ସ ହାଇଦରବାଦ୍ର ନେତୃତ୍ୱ ନେଉଥିବା ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ଆଇପିଏଲ ଖେଳିବାକୁ ଭାରତ ଫେରିବେ। ହାଇଦରାଦାଦ୍ ମଧ୍ୟ ପ୍ଲେ ଅଫ୍ ରେସ୍ ଦୌଡ଼ରେ ରହିଛି। ଗୁଜରାଟ ଟାଇଟନ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ପୂରା ଦଳ ସହ ପଡିଆକୁ ଓହ୍ଲାଇବା ସ୍ପଷ୍ଟ ହୋଇଛି। ମଙ୍ଗଳବାର ମୁମ୍ବାଇ ତା’ର ଅଭ୍ୟାସ ଆରମ୍ଭ କରିଥିବାବେଳେ ରୋହିତ ଶର୍ମାଙ୍କ ସମେତ ମିଚେଲ ସାଣ୍ଟନର, ବେଭୋନ ଜ୍ୟାକବ୍ସ, ମୁଜିବ ଉର ରହମାନ ଏଥିରେ ଯୋଗ ଦେଇଛନ୍ତି। ଇଂଲଣ୍ଡ ଅଲରାଉଣ୍ଡର ୱିଲ ଜ୍ୟାକ୍ସ, ରିଆନ ରିକ୍ଲେଟନ ଗୁରୁବାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଗୁଜରାଟ ପାଇଁ ଖେଳୁଥିବା ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଜୋଶ ବଟଲର, ଦକ୍ଷିଣ ଆଫ୍ରିକାର ଗୋରାଲ୍ଡ କୋଏଜି ଖୁବ୍ଶୀଘ୍ର ଦଳରେ ଯୋଗ ଦେବେ। ରସିଦ ଖାନ, କାଗିସୋ ରାବାଡ଼ା, ଶେଫାର୍ନ ରଦରଫର୍ଡ ଭାରତରେ ରହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |