ଭୁବନେଶ୍ବର୧୫ା୫: ରାଜଧାନୀ ଭୁବନେଶ୍ବରରେ କାଲିଠାରୁ ଆରମ୍ଭ ହେବ ‘ସିନ୍ଦୂର ଯାତ୍ରା’। ମିଶନ ଶକ୍ତି ପକ୍ଷରୁ ଆରମ୍ଭ ହେବ ଏହି ‘ସିନ୍ଦୂର ଯାତ୍ରା’ ।ଅପରେସନ ସିନ୍ଦୁର’ ର ସଫଳତା ନେଇ ଏହି ଯାତ୍ରା ହେବାକୁ ଯାଉଛି । ମାଷ୍ଟରକ୍ୟାଣ୍ଟିନଠାରୁ ରମାଦେବୀ ବିଶ୍ବବିଦ୍ୟାଳୟ ଯାଏଁ ଏହି ଯାତ୍ରା ହେବ । ଏହି ‘ସିନ୍ଦୂର ଯାତ୍ରା’ ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।ଆତଙ୍କବାଦ ବିରୋଧରେ ଭାରତ ସରକାରଙ୍କ ଦ୍ବାରା ‘ଅପରେସନ ସିନ୍ଦୂର’ ଆରମ୍ଭ କରାଯାଇଥିଲା । ଏହି ଅପରେସନରେ ପାକିସ୍ତାନର 100 ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |