ଭୁବନେଶ୍ୱର,୧୫ା୫: ସିଡିଓ ଓ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁବାର କଡ଼ା ଚେତାବନୀ ଦେଇଛନ୍ତି। ବିଡିଓ-ସିଡିଓଙ୍କୁ ତାଗିଦ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜନପ୍ରତିନିଧିଙ୍କ କଥା ଶୁଣୁନଥିବାରୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ, ବିଧାୟକ ନୁହେଁ ମୁଖ୍ୟମନ୍ତ୍ରୀଙ୍କୁ ବି ସମ୍ମାନ ଦେଉନାହାନ୍ତି।ସେ ଆହୁରି କହିଛନ୍ତି ଯେ, ସଭାରୁ ଲୋକଙ୍କୁ ଚାଲିଯିବାକୁ କୁହାଯାଉଛି। ମୋ ପାଖରେ ସବୁ ରେକର୍ଡ ଅଛି। ନୂଆ ସରକାରଙ୍କ ଆଭିମୁଖ୍ୟ ନେଇ କାମ କରିବାକୁ ପଡ଼ିବ। ମୋ ସରଳତା ମୋ ଦୁର୍ବଳତା ନୁହେଁ।ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା କହିଛନ୍ତି ମୁଖ୍ୟମନ୍ତ୍ରୀ। ଭିଜିଲାନ୍ସକୁ ଖୋଲା ଛଡ଼ାଯାଇଛି, ସଜାଗ ହୁଅନ୍ତୁ। ଆମେ ଦେଖିଛୁ ଭୂତ ଘର, ଭୂତ ପାଇଖାନା। ନିଜେ ସଜାଗ ହୁଅନ୍ତୁ, ପାଖ ଅଧିକାରୀଙ୍କୁ ସଜାଡ଼ି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସେକାଳ ପଖାଳ ଆଉ ନାହିଁ। ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି। କାହା ଚାପରେ କାମ କରିବେନି। ଲୋକଙ୍କ କାମ କରିବେ। ମୋ ଛୋଟ ବ୍ରେନରେ ସବୁ ସେଭ୍ ହୋଇ ରହିଛି। ଯଦି ପୁରୁଣା ଅଭ୍ୟାସ ରଖିବେ, କିଏ କ୍ଷମା ଦେବ ଆପଣଙ୍କୁ। ମୁଁ କ୍ଷମା ଦେବିନି, ଆମ ଲାଇନରେ ସେଟଅପ୍ ଦେବାକୁ ପଡ଼ିବ। ମୁଁ ଆଦିବାସୀ ଲୋକ, ମୋ ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |