ମେ ୧୮ ପର୍ଯ୍ୟନ୍ତ ବଢ଼ିଲା ଅସ୍ତ୍ରବିରତି ଅବଧି

ନୂଆଦିଲ୍ଲୀ ,,୧୬।୫: ବଢ଼ିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଅବଧି। ଉଭୟ ଦେଶର ସହମତିରେ ମେ ୧୦ ତାରିଖରେ ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ଗୁରୁବାର ପର୍ଯ୍ୟନ୍ତ ତାହାର ଅବଧି ରହିଥିଲା। ଏବେ ସେହି ଅବଧିକୁ ବୃଦ୍ଧି କରାଯାଇ ମେ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିର ସମୟକୁ ଆଉ ୪ଦିନ ବୃଦ୍ଧି କରାଯାଇଛି। ବୁଧବାର ଦୁଇ ଦେଶର ସାମରିକ ଅଧିକାରୀ (ଡିଜିଏମଓ)ସ୍ତରରେ ହୋଇଥିବା କଥାବାର୍ତ୍ତା ଅନୁଯାୟୀ ମେ ୧୮ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଳନ କରାଯିବ। ମେ ୧୮ରେ ପୁନର୍ବାର ସାମରିକ ଅଧିକାରୀସ୍ତରରେ କଥାବାର୍ତ୍ତା ହୋଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଅସ୍ତ୍ରବିରତି ସମୟ ବୃଦ୍ଧି ହୋଇଥିବା ସମ୍ପର୍କରେ ଗୁରୁବାର ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ଦୁଇଦେଶ ସୀମାରେ ସେମାନଙ୍କ ସୈନ୍ୟସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମେ ୧୦ ତାରିଖରେ ଦୁଇଦେଶର ଡିଜିଏମଓ (ସାମରିକ ଅଭିଯାନ ମହାନିର୍ଦେଶକ) ସ୍ତରରେ ପ୍ରଥମେ କଥାବାର୍ତ୍ତା ହୋଇଥିଲା। କଥାବାର୍ତ୍ତା କାଳରେ ଅସ୍ତ୍ରବିରତି ପାଳନ ପାଇଁ ଉଭୟଙ୍କ ମଧ୍ୟରେ ସମ୍ମତି ପ୍ରକାଶ ପାଇଥିଲା। ଏହା ପରେ ମେ ୧୨ରେ ପୁନର୍ବାର କଥାବାର୍ତ୍ତା ହୋଇଥିଲା। ମେ ୧୨ କଥାବାର୍ତ୍ତା କାଳରେ ମେ ୧୪ ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଳନ କରିବାକୁ ସମ୍ମତି ପ୍ରକାଶ ପାଇଥିଲା। ମେ ୧୪ରେ ପୁଣି ଥରେ ଡିଜିଏମଓ ସ୍ତରରେ କଥାବାର୍ତ୍ତା ହୋଇ ଅସ୍ତ୍ରବିରତିକୁ ମେ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ୍‌ ଦାର ପାକିସ୍ତାନ ସିନେଟ୍‌ରେ କହିଛନ୍ତି ଯେ, ବୁଧବାର ଅପରାହ୍ଣରେ ଦୁଇଦେଶର ଡିଜିଏମଓ ହଟ୍ ଲାଇନ ଯୋଗେ କଥାବାର୍ତ୍ତା କରିଥିଲେ। ମେ ୬ ଓ ୭ ତାରିଖ ରାତିରେ ଭାରତ ସେନା ପାକିସ୍ତାନର ମାଟିରେ ଅପରେସନ ସିନ୍ଦୂର ନାମରେ ସାମରିକ ଅଭିଯାନ କରିବା ପରେ ଦୁଇଦେଶ ମଧ୍ୟରେ ଯୁଦ୍ଧ ଉତ୍ତେଜନା ସୃଷ୍ଟି ହୋଇଥିଲା। ୪ଦିନର ଯୁଦ୍ଧ ଉତ୍ତେଜନା ପରେ ମେ ୧୦ରେ ପ୍ରଥମ ଅସ୍ତ୍ରବିରତି ପାଳନ କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!