ସୁନ୍ଦରଗଡ, ୧୮/୦୫:ସୁନ୍ଦରଗଡ ବିମଳାଗଡ ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଯାଇଛି । ବିମଳାଗଡ ଷ୍ଟେସନ ନିକଟ ଡେମ୍ ବସ୍ତି ନିକଟରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ରକ୍ସି ପଟୁ ଆସୁଥିବା ଲୁହାପଥର ବୋଝେଇ ଏହି ମାଲବାହୀ ଟ୍ରେନ ବିମଳାଗଡ ଅଭିମୁଖେ ଯାଉଥିବାର ସୂଚନା ମିଳିଛି ।ଲାଇନଚ୍ୟୁତ ହେବା ପରେ ଏହି ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ କେଉଁ ପରିସ୍ଥିତିରେ ବଗି ଗୁଡିକ ଲାଇନଚ୍ୟୁତ ହେଲା ତାହା ଜଣା ପଡିନଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଲୱେ ।ଏଇ ଲାଇନ୍ ରେ ସମସ୍ତ ରେଳ ଚଳାଚଳ ବନ୍ଦ ରହିଛି । କେଉଁ କାରଣରୁ ଚାରୋଟି ବଗି ଲାଇନଚ୍ୟୁତ ହେଲା ରେଲୱେ ବିଭାଗ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଚକ୍ରଧରପୁର ରେଳ ମଣ୍ଡଳ ଡିଆଏମ୍ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |