ବେଙ୍ଗାଲୁରୁରେ ବର୍ଷା,୩ ମୃତ

ନୂଆଦିଲ୍ଲୀ,୨୦।୫ :ବେଙ୍ଗାଲୁରୁରେ  ଲଗାତାର ୫ ଦିନର ବର୍ଷା ଯୋଗୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ବେଙ୍ଗାଲୁରୁ ବାସୀ । ଗତକାଲି ୧୨ ଘଣ୍ଟାରେ ୧୩୦ ମିଲିମିଟର ବର୍ଷା ହୋଇଥିଲା ।  ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ବର୍ଷା ରେ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାବେଳେ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ରାତିରୁ ସକାଳ ମଧ୍ୟରେ ୧୦୦ ମିମି ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା , ଝଡ ତୋଫାନ ଯୋଗୁଁ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରାସ୍ତାଘାଟରେ ପାଣି ଜମିବା ସହ ଘରେ ବି ପାଣି ପଶିଥିଲା । ଆସବାବପତ୍ର ପାଣିରେ ଭାସୁଛି । ଅଣ୍ଟାଏ ଉଚ୍ଚର ପାଣିରେ ପଶି ଲୋକମାନେ ଯାଆସ କରୁଛନ୍ତି । ଅନେକ ଆପାର୍ଟମେଣ୍ଟର ତଳ ମହଲାରେ ପାଣି ପଶିଯାଇଛି । ସେମାନଙ୍କୁ ଉଦ୍ଧାର କରିବାକୁ ସ୍ବତନ୍ତ୍ର ଟିମ୍ ପହଞ୍ଚିଛନ୍ତି ।ଟ୍ରାକ୍ଟର, ଡଙ୍ଗାରେ ସେମାନଙ୍କୁ ସ୍ଥାନାନ୍ତର କରାଯାଉଛି । ଏବେ ବି ଅନେକ ସ୍ଥାନରେ ବର୍ଷା ପାଣି ଜମି ରହିଛି । ଏମିତି କି ଜାତୀୟ ରାଜପଥରେ ବି ପାଣି ଜମିବା ଯୋଗୁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସିଲ୍କ ବୋର୍ଡ ମେଟ୍ରୋ ଷ୍ଟେସନଭିତରେ ପାଣି ପଶିଯାଇଛି । ପାଣିପାଗ ବିଭାଗର ଆକଳନ, ଆସନ୍ତା ୨୫ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ଏଥିପାଇଁ ୟେଲୋ ଆଲର୍ଟ ଜାରି ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!