JEE ଆଡଭାନ୍ସଡ୍ ରେଜଲ୍ଟ ପ୍ରକାଶ

ନୂଆଦିଲ୍ଲୀ,୨।୬: ପ୍ରକାଶ ପାଇଲା JEE ଆଡଭାନ୍ସଡ୍ ରେଜଲ୍ଟ   । jeeadv.ac.in ୱେବସାଇଟ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ ଛାତ୍ରଛାତ୍ରୀ । ପରୀକ୍ଷାରେ ମୋଟ୍ ୫୪ ହଜାର ୩୭୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ୧ ଲକ୍ଷ ୮୦ ହଜାର ୪୨୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଗତ ୧୮ ତାରିଖରେ JEE ଆଡଭାନ୍ସଡ୍ ୨୦୨୫ ପରୀକ୍ଷା ହୋଇଥିଲା ।  ଦୁଇଟି ପେପର (ପେପର ୧ ଓ ପେପର ୨) ମାଧ୍ୟମରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ ।ମେ ୧୮ରେ ହୋଇଥିଲା ପରୀକ୍ଷା। ଆଇଆଇଟି କାନପୁର ପରୀକ୍ଷା ଫଳ ପ୍ରକାଶ କରିଛି। ରଜିତ ଗୁପ୍ତା ଆଇଆଇଟି ଦିଲୀ ଜୋନର ଅଲ୍‌ ଇଣ୍ଡିଆ ଟପ୍ପର ହୋଇଛନ୍ତି। ଦେଇଥିବା ପ୍ରାର୍ଥୀମାନେ JEE ଆଡଭାନ୍ସଡ୍‌ର ଅଫିସିଆଲ୍ ୱେବସାଇଟ୍ jeeadv.ac.in ରେ ସେମାନଙ୍କର ଫଳାଫଳ ଦେଖିପାରିବେ। JEE ଆଡଭାନ୍ସଡ୍ 2025 ଫଳାଫଳ ବ୍ୟତୀତ JEE ଆଡଭାନ୍ସଡ୍ ୨୦୨୫ର ଚୂଡ଼ାନ୍ତ ଉତ୍ତର ମଧ୍ୟ ପ୍ରକାଶ ପାଇଛି।ଯେଉଁ ଛାତ୍ରଛାତ୍ରୀ ମାନେ jee ଆଡ଼ଭାନ୍ସ ପାଇଛନ୍ତି, ସେମାନେ ଆଇଆଇଟିରେ ଆଡ଼ମିଶନ ନେବେ। ଯେଉଁମାନେ କେବଳ JEE ମେନ ଦେଇ ଭଲ ରାଙ୍କ ପାଇଛନ୍ତି ସେମାନେ NIT ଓ IITରେ ଆଡ଼ମିଶନ ନେଇପାରିବେ।  JEE ଆଡଭାନ୍ସଡ୍ 2025 ସ୍କୋର ଯାଞ୍ଚ କରିବା ପାଇଁ, jeeadv.ac.in କୁ ଯାଆନ୍ତୁ ଏବଂ ହୋମପେଜରେ ଥିବା ରେଜଲ୍ଟ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କର ଲଗଇନ୍ ବିବରଣୀ ପ୍ରବେଶ କରନ୍ତୁ। ଯାହା ପରେ ଆପଣ ଆପଣଙ୍କର ରେଜଲ୍ଟ ଦେଖିପାରିବେ। ସ୍କୋରକାର୍ଡ ଡାଉନଲୋଡ୍ କରିପାରିବେ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!