ଡାବୁଗାଁ ତହସିଲଦାର ଗୀତା ମୁର୍ମୁ ଙ୍କୁ ଡାବୁଗାଁ ପ୍ରେସ କ୍ଲବ ତରଫରୁ ସ୍ବାଗତ

ନବରଙ୍ଗପୁର (ମିହିର ଶଙ୍କର ପାତ୍ର),୨।୬:ଆଜି ନୂତନ ଭାବେ ଡାବୁଗାଁ ତହସିଲଦାର ଗୀତା ମୁର୍ମୁ ଯୋଗଦେଇଛନ୍ତି। ଏହି ଅବସରରେ ଡାବୁଗାଁ ପ୍ରେସ କ୍ଲବ ତରଫରୁ ତହସିଲ କାର୍ଯ୍ୟାଳୟ କୁ ଯାଇ ନୂତନ ଭାବେ ଯୋଗଦେଇ ଥିବା ତହସିଲଦାର ମହୋଦୟା ଙ୍କୁ ସ୍ଵାଗତ କରା ଯାଇଛି। ଏହି ଅବସରରେ ଡାବୁଗାଁ ପ୍ରେସ କ୍ଲବ ସଭାପତି ପ୍ରଜ୍ଞା ରଞ୍ଜନ ପରିଡ଼ା, ସଂପାଦକ ମିହିର ଶଙ୍କର ପାତ୍ର, ଆଇନ ପରାମର୍ଶଦାତା ଜୟନ୍ତ କୁମାର ପାତ୍ର, ବରିଷ୍ଠ ସାମ୍ବାଦିକ ରବି ନାରାୟଣ ମହାନ୍ତି, ସୁଶାନ୍ତ କୁମାର ପଣ୍ଡା, ପିଣ୍ଟୁ ଖୁଣ୍ଟିଆ, ଡାକୃସି କଲାର ଉପସ୍ଥିତ ଥିଲେ। ଡାବୁଗାଁ ବ୍ଲକ ର ତହସିଲ କାର୍ଯ୍ୟ ରେ ଆବଶ୍ୟକ ସ୍ଥଳେ ଜନ କଲ୍ୟାଣ ଦିଗରେ ପ୍ରେସ କ୍ଲବ ସଂପୂର୍ଣ୍ଣ ସହଯୋଗ କରିବ ବୋଲି ସଂପାଦକ ମିହିର ଶଙ୍କର ପାତ୍ର ମତବ୍ୟକ୍ତ କରିଛନ୍ତି|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!