ଭୁବନେଶ୍ୱର,୩।୬: ଟ୍ରାଫିକ୍ ପୋଷ୍ଟରେ ହେବ ବଡ଼ ପରିବର୍ତ୍ତନ। ସହରାଞ୍ଚଳର ଟ୍ରାଫିକ୍ ପୋଷ୍ଟ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବାକୁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି। ଏନେଇ ସେ ସବୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦ ତାରିଖ ଦିନ ଏହି ଅଭିଯାନରେ ବ୍ୟାପକ ଭାବରେ ସହଭାଗିତା ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।ଏଣିକି ସବୁ ଟ୍ରାଫିକ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ। ଫଳରେ ଟ୍ରାଫିକ ପୋଷ୍ଟରେ ଅଟକୁଥିବା ଯାତ୍ରୀମାନେ ଭଲ ଅକ୍ସିଜେନ ପାଇପାରିବେ। ତୁଳସୀ ଗଛ ଭଲ ଅକ୍ସିଜେନ ଦେଇଥାଏ। ଏବେ ଆମ ପାଇଁ ଅକ୍ସିଜେନ କମିକମି ଚାଲିଛି। ତେଣୁ ତୁଳସୀ ଗଛ ଲାଗିଲେ, ଲୋକେ ଅଧିକ ଅକ୍ସିଜେନ ପାଇପାରିବେ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏ ନେଇ ULBକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି।ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି ପାଳନ କରିବାକୁ ଯାଉଛି। ଏହି ଅବସରରେ ସହରାଞ୍ଚଳର ଟ୍ରାଫିକ୍ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବାକୁ ଚିନ୍ତା କରାଯାଇଛି। ଆସନ୍ତା ୨୦ ତାରିଖ ଦିନ ଗୋଟିଏ ସମୟରେ ସମସ୍ତ ୟୁଏଲ୍ବିରେ ହଜାର ହଜାର ଗଛ ଲଗାଇବାକୁ ପରାମର୍ଶ ଦିଆଯାଇଛି। ଘର, କାର୍ଯ୍ୟାଳୟରେ ତଥା ସୁରକ୍ଷିତ ସ୍ଥାନରେ ତୁଳସୀ ଗଛ ସମେତ ଅଁଳା, ସଜନା, ବାରମାସୀ ଶାଗ ଗଛ ପ୍ରଭୁତି ଲଗାଇବାକୁ କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |