୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଶିଷ

ନୂଆଦିଲ୍ଲୀ,୩।୬:ଡେପୁଟେସନରେ ଆଶିଷ ଠାକରେ। ପୁଣି ଦିଲ୍ଲୀ ଗଲେ ଆଉ ଜଣେ IAS ଅଫିସର। ସରକାର ବଦଳିବା ପରେ ଅନେକ IAS ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି।ଠିକ୍ ସେହପରି ଏବେ ଆଉ ଜଣେ IAS ଅଫିସର। କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। କେନ୍ଦ୍ରୀୟ ଡେପୁଟେସନରେ ଗଲେ IAS ଆଶିଷ ଠାକରେ। ଆଶିଷ ଠାକରେଙ୍କୁ କେନ୍ଦ୍ର ସାମାଜିକ ଭିନ୍ନକ୍ଷମ ଓ ସଶକ୍ତୀକରଣର ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ଆଶିଷ ୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି।୨୦୧୧ ବ୍ୟାଚର ଆଇଏଏସ ଅଧିକାରୀ ୫ ବର୍ଷ ଯାଏ ଦିଲ୍ଲୀରେ ଭିନ୍ନକ୍ଷମ ଶସକ୍ତିକରଣ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଭାବେ କାମ କରିବେ । ଏନେଇ କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୩ ସପ୍ତାହ ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ ଏଥିରେ କୁହାଯାଇଛି । DoPT ପକ୍ଷରୁ ଏନେଇ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ପୂର୍ବରୁ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଆଦି ଜିଲ୍ଲାର ଜିଲ୍ଲାପାଳ ଭାବେ ଆଶିଷ ଠାକରେ କାର୍ଯ୍ୟ କରିସାରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!