କମଲଙ୍କୁ ଭର୍ତ୍ସନା କଲେ କର୍ଣ୍ଣାଟକ ହାଇକୋର୍ଟ

ଚେନ୍ନାଇ, ୩।୬: କନ୍ନଡ଼-ତାମିଲ ଭାଷା ବିବାଦରେ ଫସିଥିବା ଅଭିନେତା କମଲ ହାସନ କର୍ଣ୍ଣାଟକ ହାଇକୋର୍ଟ କଡ଼ା ଶବ୍ଦରେ ଭର୍ତ୍ସନା କରିବା ପରେ ବି କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ଏଥିସହ ନିଜର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଠଗ୍ ଲାଇଫ’ ଜୁନ ୫ରେ କର୍ଣ୍ଣାଟକରେ ରିଲିଜ୍ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ତାଙ୍କର ବୟାନକୁ ନେଇ କର୍ଣ୍ଣାଟକରେ ଜୋରଦାର ବିରୋଧ ଜାରି ରହିଛି। କମଲ ହାସନ କହିଥିଲେ ଯେ, କନ୍ନଡ ଭାଷା ତାମିଲ ଭାଷାରୁ ସୃଷ୍ଟି ହୋଇଛି। ଏହି କାରଣରୁ କର୍ଣ୍ଣାଟକରେ ତାଙ୍କ ଫିଲ୍ମର ରିଲିଜ୍‌କୁ ବିରୋଧ କରାଯାଉଛି ଏବଂ ରାଜ୍ୟରେ କମଲଙ୍କ ଫିଲ୍ମ ଉପରେ କଟକଣା ଲଗାଇବାକୁ ଦାବି ଉଠିଛି।ଅଭିନେତାଙ୍କ ଓକିଲ ଅଦାଲତରେ କହିଛନ୍ତି ଯେ, କମଲ ହାସନ କନ୍ନଡ଼ର ବହୁତ ସମ୍ମାନ କରନ୍ତି ଏବଂ ଏହି ବିଷୟରେ କିଛି କହିବାର ଆଉ କୌଣସି ଆବଶ୍ୟକତା ନାହିଁ। ଅଭିନେତା କ୍ଷମା ମାଗିବାକୁ ମନା କରି ଦେଇଛନ୍ତି।ହାଇକୋର୍ଟ କମଲଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି,‘ “ଆପଣଙ୍କର କହିବାର ଅଧିକାର ଅଛି, କିନ୍ତୁ ଲୋକଙ୍କ ଭାବନାକୁ ଆଘାତ ଦେବାରେ କୌଣସି ଅଧିକ‌ାର ନାହିଁ। ତୁମେ କମଲ ହାସନ ହୁଅ କି, ଅନ୍ୟ କେହି ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ଲୋକଙ୍କ ଭାବନାକୁ ଆଘାତ ଦିଆଯାଇପାରିବ ନାହିଁ । ଆମେ ଏବେ ଏହା ଆପଣଙ୍କ ଉପରେ ଛାଡି ଦେଉଛୁ। ଯଦି ଆପଣ କାହାକୁ ଆଘାତ ଦେଇଛନ୍ତି, ତେବେ କ୍ଷମା ମାଗନ୍ତୁ। କର୍ଣ୍ଣାଟକରୁ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରିବ। ଯଦି ଆପଣଙ୍କୁ କନ୍ନଡ ଲୋକଙ୍କ ଆବଶ୍ୟକତା ନାହିଁ, ତେବେ ଏଠାରୁ ରୋଜଗାର କରିବା ବନ୍ଦ କରନ୍ତୁ।”ଏହା ଉପରେ ଅଦାଲତ କହିଛନ୍ତି, ଏହା ଆପଣଙ୍କ ଅହଙ୍କାର ହିଁ କଥା କହୁଛି। ଓକିଲ ଏହା ମଧ୍ୟ କହିଛନ୍ତି ଯେ, ଏବେ ଆମକୁ ଆଉ ସୁରକ୍ଷାର ଆବଶ୍ୟକତା ନାହିଁ, କାରଣ ଆମେ କର୍ଣ୍ଣାଟକରେ ଫିଲ୍ମ ରିଲିଜ୍ କରୁନାହୁଁ। ଜୁନ ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!