ATM ରୁ ୧୦୦ ଓ ୨୦୦ ଟଙ୍କିଆ ନୋଟ୍ ବାହାରିବ

ନୂଆଦିଲ୍ଲୀ,୩।୬: ଟିଏମରେ ଏଥର ଉପଲବ୍ଧ ହେବ ୧୦୦ ଓ ୨୦୦ ଟଙ୍କିଆ ନୋଟ୍ । ପୂର୍ବରୁ ଏଟିଏମରେ ମୁଖ୍ୟତଃ ୫୦୦ ଟଙ୍କିଆ ନୋଟ୍ ବାହାରୁଥିଲା। ଯେଉଁଥିପାଇଁ ଗ୍ରାହକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ଯାହାକୁ ନଜରରେ ରଖି ବଡ଼ ନିଷ୍ପତ୍ତି ନେଇଛି RBI । ଗୋଟିଏ ATM ରେ ୪ଟି କ୍ୟାସେଟରେ ନୋଟ୍ ରଖାଯାଉଥିବାବେଳେ ଅତ୍ କମ୍‌ରେ ଗୋଟିଏ କ୍ୟାସେଟ୍‌ରେ ୧୦୦-୨୦୦ ଟଙ୍କିଆ ନୋଟ୍ ରଖିବାକୁ ସମସ୍ତ ବ୍ୟାଙ୍କକୁ କଡ଼ା ନିର୍ଦ୍ଦେଶ ଦେଇଛି ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କ ଅଧୀନରେ ଥିବା ଏଟିଏମ ସହ ଘରୋଇ ସଂସ୍ଥା ପରିଚାଳନା କରୁଥିବା ହ୍ୱାଇଟ୍ ଏଟିଏମ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ ।୩୦ ସେପ୍ଟେମ୍ବର ଭିତରେ ୭୫ ପ୍ରତିଶତ ଏଟିଏମରେ ଓ ଆସନ୍ତା ବର୍ଷ ୩୧ ମାର୍ଚ୍ଚ ସୁଧା ୯୦ ପ୍ରତିଶତ ଏଟିଏମରେ ୧୦୦ ଓ ୨୦୦ ଟଙ୍କିଆ ନୋଟ୍ ରଖିବା ପାଇଁ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ତେବେ ବଡ଼ କଥା ହେଉଛି, ଏଥିପାଇଁ ଏଟିଏମ ମେସିନ ଗୁଡ଼ିକ ପ୍ରସ୍ତୁତ କରାଯିବ । କାରଣ କେବଳ ୫୦୦ ଟଙ୍କିଆ ରହୁଥିବା ATMର ଡିଜାଇନ ଭିନ୍ନ ରହିଥାଏ । ସେଥିରେ ଥିବା କ୍ୟାସେଟ୍‌ ଗୁଡ଼ିକର ଆକାର ସେହି ହିସାବରେ ଡିଜାଇନ ହୋଇଥାଏ । ୧୦୦-୨୦୦ ଟଙ୍କିଆ ନୋଟ୍ ପାଇଁ ଏହି ଆକାରରେ ପରିବର୍ତ୍ତନ କରାଯିବ । ଏହାସହ ଛୋଟ ନୋଟ୍ ଯଦି ଶୀଘ୍ର ଶେଷ ହୋଇଯାଏ ତେବେ ତାହାକୁ ପୁଣି ଭର୍ତ୍ତି କରାଯିବ । ଗ୍ରାହକମାନଙ୍କ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସୀମା ରହିବ । କାରଣ ବାରମ୍ବାର ଟଙ୍କା ଉଠାଇବା ଦ୍ୱାରା ମାସିକ ମାଗଣା ଉଠାଣ ସୀମା ଶେଷ ହୋଇଯିବ । ଯାହା ଦ୍ୱାରା ଗ୍ରାହକଙ୍କୁ ଚାର୍ଜ ଦେବାକୁ ପଡ଼ିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!