ରାୟଗଡ଼ା,୦୫।୦୬ :ରାୟଗଡା ଜିଲା କାଶୀପୁରରେ ଆୟୋଜିତ ସମାବେଶରେ ଯୋଗ ଦେବାକୁ ଆସିଥିବା ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ । ରେଲୱେ ଷ୍ଟେସନରୁ ପୁଲିସ ତାଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମେଧା ପାଟେକର ୪ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ।ବିଶ୍ୱ ପରିବେଶ ଦିବସରେ ମେଧା ହେବାକୁ ଯାଉଥିଲେ ସାମିଲ । ଏ ନେଇ କରାଯିବାର ଥିଲା ବଡ଼ ସମାବେଶ ।ସମାବେଶ ସିଜିମାଳି ଖଣି ଖନନକୁ ବିରୋଧ କରି ହୋଇଥାନ୍ତା ଏହି ସମାବେଶ । କାର୍ଯ୍ୟକ୍ରମକୁ ନ ଯିବା ପାଇଁ ମେଧାକୁ କରାଯାଉଛି ବୁଝାସୁଝା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |