ଡାବୁଗାଁ ଥାନା ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୫ା୬: ନବରଙ୍ଗପୁର:-ଡାବୁଗାଁ ବ୍ଲକ ର ଡାବୁଗାଁ ପାପଡାହାଣ୍ଡି ମୁଖ୍ୟ ରାସ୍ତାର ଚାରିଛକ ଠାରେ ଡାବୁଗାଁ ଥାନା ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ହେଲମେଟ ବିନ୍ଧିବା, ୨ ଚକିଆ ଗାଡିରେ ୨ ଜଣରୁ ଅଧିକ ବସନ୍ତୁ ନାହିଁ, ସିଟ ବେଲ୍ଟ ଲଗାଇ ଗାଡି ଚଲାନ୍ତୁ, ମଦ୍ୟପାନ କରି, ମୋବାଇଲ ଧରି କିମ୍ବା ଅନ୍ୟ ମନସ୍କ ହୋଇ ଗାଡି ଚଲାନ୍ତୁ ନାହିଁ ବୁଝାଇବ ସହ ଗୋଲାପ ଫୁଲ ଦେଇ ଗାଡି ଚାଳକ ମାନଙ୍କୁ ସଚେତନ କରାଯାଇଥିଲା | ଏଥିରେ ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ସବଇନିସ୍ପେକ୍ଟର ଚନ୍ଦନ ସାହୁ, ବିକ୍ରମ କିଶୋର ସାହୁ, ଏଏସଆଇ ଗୋପାଳକୃଷ୍ଣ ହାଲୱା, ଚନ୍ଦ୍ରଶେଖର ହଜାରୀ ଓ ସସ୍ମିତା ଦାଶ, ହାବିଲଦାର ଶିବଶଙ୍କର ଭଞ୍ଜ ଏବଂ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!