ନୂଆଦିଲ୍ଲୀ,୬ା୬: ଚେନାବ୍ ବ୍ରିଜର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରେଲୱେ ବ୍ରିଜ ହେଉଛି ବିଶ୍ୱର ସର୍ବୋଚ୍ଚ ଧନୁ ଆକୃତିର ରେଲୱେ ବ୍ରିଜ୍ । ରେଳ ଭିତ୍ତିଭୂମି ଏବଂ ସଂଯୋଗୀକରଣ କ୍ଷେତ୍ରରେ ଚେନାବ୍ ବ୍ରିଜ୍ ଏକ ମାଇଲଖୁଣ୍ଟ । ଲୋକାର୍ପିତ ହେଲା ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଚେନାବ୍ ବ୍ରିଜ୍ । ଜାମ୍ମୁ-କାଶ୍ମୀର ଯାଇ ଦେଶବାସୀଙ୍କୁ ଚେନାବ୍ ବ୍ରିଜ୍ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଚମତ୍କାର ସ୍ଥାପତ୍ୟର ନିଦର୍ଶନ ହେଉଛି ଚେନାବ୍ ବ୍ରିଜ୍ । ଚେନାବ ନଦୀ ଉପରେ ଏହା ହେଉଛି ଉଧାମପୁର-ଶ୍ରୀନଗର-ବାରାମୁଲ୍ଲା ରେଲ୍ ଲିଙ୍କ୍ ପ୍ରୋଜେକ୍ଟ । ଏହି ବିଶ୍ୱସ୍ତରୀୟ ବ୍ରିଜରେ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ । ଏହା କଟରାକୁ ଶ୍ରୀନଗର ସହ ଯୋଡିବ । ହିମାଳୟ ଇଲାକାରେ ନିର୍ମିତ ଏହି ବ୍ରିଜ୍ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର ।ଏହା ଆଇଫିଲ୍ ଟାଓ୍ୱାର ଓ କୁତବ ମିନାରଠୁ ବି ଅଧିକ ଉଚ୍ଚତା ବିଶିଷ୍ଟ । ଜମ୍ମୁ-କଶ୍ମୀର ରିୟାସି ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଉଚ୍ଚତା ୩୫୯ ମିଟର ଓ ଲମ୍ବ ୧.୩୧୫ କିଲୋମିଟର। ଏହା ହେଉଛି ଏକ ଷ୍ଟିଲ୍ ଆର୍କ ଡିଜାଇନ୍ । ଏଥିରେ ଷ୍ଟ୍ରକଚରାଲ୍ ଷ୍ଟିଲ ଡିଜାଇନକୁ ଏପରି କରାଯାଇଛି, ଏହା ମାଇନସ୍ ୧୦ ଓ ୪୦ ଡିଗ୍ରୀ ସେଲସିଅସ ମଧ୍ୟରେ ତାପମାତ୍ରା ସହ୍ୟ କରିପାରିବ । ତେଣୁ ବର୍ଷର ଯେ କୌଣସି ସମୟରେ ଏହି ବ୍ରିଜରେ ରେଳ ଚଳାଚଳ କରିପାରିବ । ତାପମାତ୍ରା କମିଲେ କି ବଢିଲେ, କିଛି ଫରକ ପଡିବନି । ଏହାର ଷ୍ଟ୍ରକ୍ଚର ନିର୍ମାଣ ବେଳେ ଅତ୍ୟାଧୁନିକ ଟେକଲା ସଫ୍ଟୱେର୍ ପ୍ଲାଟଫର୍ମ ବ୍ୟବହାର କରାଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ବ୍ରିଜରେ ଟ୍ରେନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିବ । ୨୬୦ କିଲୋମିଟର ବେଗରେ ପବନ ବହିଲେ ବି ଏହି ବ୍ରିଜ୍ ସମ୍ଭାଳି ପାରିବ । ଏହି ବ୍ରିଜର ଆୟୁଷ ୧୨୦ ବର୍ଷ ବୋଲି କୁହାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |