ଭୁବନେଶ୍ୱର,୬।୬:ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତା ୫ ଦିନ ମଧ୍ୟରେ ଝଡ଼, ବଜ୍ରପାତ ଓ ପବନ ନେଇ ଚେତାବନୀ ଜାରି କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼, ବଜ୍ରପାତ ଓ ପବନ ନେଇ ସମସ୍ତ ୩୦ଟି ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି। ସେହି ସମୟ ମଧ୍ୟରେ, ପବନର ବେଗ ଗହନତା ପ୍ରତି ୩୦ରୁ ୪୦ କି.ମି. ରହିବାର ସମ୍ଭାବନା ରହିଛି।ଆସନ୍ତାକାଲି ପାଇଁ ୯ଟି ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଥିବା ବେଳେ ୮ ତାରିଖ ପାଇଁ ୫ ଜିଲ୍ଲା, ୯ ତାରିଖ ପାଇଁ ୨ ଜିଲ୍ଲା ଏବଂ ୧୦ ତାରିଖ ପାଇଁ ୪ଟି ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଛି। ଗରମ ଓ ଗୁଳୁଗୁଳି ନେଇ ୭ ତାରିଖ ପାଇଁ ୧୧ ଜିଲ୍ଲା, ୮ ତାରିଖ ପାଇଁ ୧୧ ଜିଲ୍ଲା, ୯ ତାରିଖ ପାଇଁ ୧୧ ଜିଲ୍ଲା ଏବଂ ୧୦ ତାରିଖ ପାଇଁ ୧୧ ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଛି।ପାଣିପାଗ ବିଭାଗର ସୂଚନା ଅନୁସାରେ ୧୦ ଜୁନ୍ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପବନର ବେଗ ୩୦ରୁ ୪୦ କିଲୋମିଟର ରହିବ । ଏନେଇ ୨୪ ଘଣ୍ଟା ପାଇଁ ପ୍ରାୟ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ସେହିପରି ଉଷ୍ମ ଆର୍ଦ୍ରତା ସ୍ଥିତି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,ନୟାଗଡ଼ ଗଞ୍ଜାମ,ଗଜପତି । ଏଭଳି ପାଗ ଆସନ୍ତା ୧୦ ତାରିଖ ଯାଏଁ ଜାରୀ ରହିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |