ଗରୁଡ଼ଗୁଡା ଗ୍ରାମରେ ନାବାଳିକାର ଆତ୍ମହତ୍ୟା

ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ,୨ା୭:ଡାବୁଗାଁ ଥାନା ଅଧୀନ ଗରୁଡଗୁଡା ଗ୍ରାମରେ ବୁଧବାର ପିଜୁଳି ଗଛରେ ବେକରେ ଓଢଣି ବାନ୍ଧି ନାବାଳିକା ଆତ୍ମହତ୍ୟା କରିଥିବା ନେଇ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଗରୁଡଗୁଡା ରମର ଖଗପତି ହରିଜନଙ୍କ ନାବାଳିକା ଝିଅ ରୀତିକା ହରିଜନ (୧୬) ଆଜି ସକାଳେ ଘର ପାଖରେ ଥିବା ଏକ ପିଜୁଳି ଗଛ ଡାଳରେ ନିଜ ଓଢଣି ବେକରେ ବାନ୍ଧି ଆତ୍ମହତ୍ୟା କରିଥିଲା | ସଖାଳ ପ୍ରାୟ ୧୦ ଘଣ୍ଟା ସମୟରେ ସମୟରେ ସେହି ପଟେ ନାବାଳିକାର ମା ଯିବାରୁ ପିଜୁଳି ଗଛରେ ଝିଅ ଝୁଳୁଥିବା ଦେଖି ପଟି କରିଥିଲେ | ପଟି ଶୁଣି ପରିବାର ଲୋକେ ଦୌଡି ଆସିଥିଲେ | ସଙ୍ଗେ ସଙ୍ଗେ ନାବାଳିକାକୁ ଗଛରୁ ଓହ୍ଲାଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ତାଙ୍କୁ ମରୁତ ଘୋଷଣା କରିଥିଲେ | ଏନେଇ ମୃତକ ର ବାପା ଖଗପତି ହରିଜନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ଏଏସଆଇ ଚନ୍ଦ୍ରଶେଖର ହଜାରୀ ଡାକ୍ତରଖାନା ରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୭/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |ନାବାଳିକା ଜଣଙ୍କର ମାନସିକ ବିକୃତି ଥିବା ପରିବାର ଲୋକେ କହିଛନ୍ତି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!