ଆଜି ପବିତ୍ର ବାହୁଡା ଯାତ୍ରା

ପୁରୀ,୫/୦୬: ସରିଲା  ଆଡ଼ପମଣ୍ଡପ ଲୀଳା । ଆଜି ପବିତ୍ର ବାହୁଡା ଯାତ୍ରା । ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ । ଏଥିପାଇଁ ଶରଧାବାଲିରେ ଅପେକ୍ଷାରତ 3 ରଥ । ମଣିମାଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଫେରିବେ । ସରିଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଏଥର ରତ୍ନବେଦୀକୁ ବାହୁଡିବେ । ଫେରିବା ବାଟରେ ମାଉସୀ ମା’ ହାତରୁ ପୋଡ ପିଠା ଖାଇ ବାହୁଡିବେ କାଳିଆ ସାଆନ୍ତ ।ମହାପ୍ରଭୁଙ୍କ ଅପେକ୍ଷାରେ ରତ୍ନବେଦୀ । ଏପଟେ ପୁରୀକୁ ଛୁଟିଲାଣି ଭକ୍ତଙ୍କ ସୁଅ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଲାଣି । ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ନିଜକୁ ସାମିଲ କରିବାକୁ କୋଣ ଅନୁକୋଣରୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ ।ସେପଟେ ମହାପ୍ରଭୁଙ୍କ ପାଇଁ ଆକାଶରୁ ଭକ୍ତି ପୁଷ୍ପ ଢାଳିଦେଲେ ଇନ୍ଦ୍ରଦେବ । ଲୋକାରଣ୍ୟ ଶରଧାବାଲି । ଏପଟେ ଭକ୍ତଙ୍କ ସମାଗମ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜଳ, ସ୍ଥଳ, ଆକାଶପଥରୁ ଅଦ୍ଭୁତପୂର୍ବ ସୁରକ୍ଷା । ସୁରକ୍ଷା ଦୃଷ୍ଟିରୁ 205 ପ୍ଲାଟୁନ ଫୋର୍ସ ମୁତୟନ । 21 ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଟ୍ରାଫିକ ଡ୍ୟୁଟିରେ 50 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।ବାହୁଡ଼ାରେ ସ୍ଥିରୀକୃତ  ସମୟର ଯଥେଷ୍ଟ ପୂର୍ବରୁ ଠାକୁରଙ୍କ ପହଣ୍ଡି କରିବାକୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳୁଛି ।  ଆଜି ଶରଧାବାଲି ଥିଲା ଲୋକାରଣ୍ୟ । ଅପରାହ୍ନରୁ ଶ୍ରୀଗୁଣ୍ଡିଚା ଘରେ ଭକ୍ତଙ୍କ ଅସମ୍ଭବ ଭିଡ଼ ହୋଇଥିଲା । ସନ୍ଧ୍ୟା ପାଖେଇବା ବେଳକୁ ଶରଧାବାଲିରେ ଭିଡ଼ ବଢୁଥିଲା । ଘୋଷଣା ହୋଇଥିଲା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ମିଳିବ । ହେଲେ ଅପରାହ୍ନ ୫ଟା୧୫ ମିନିଟ୍‌ରେ ବାରିକେଡ଼୍‌ରେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ଦିଆଯାଉ ନଥିଲା । ଏଣୁ ହଜାର ହଜାର ଭକ୍ତ ଠାକୁରଙ୍କ ସନ୍ଧ୍ୟା ଦର୍ଶନ ନପାଇ ମନଦୁଃଖରେ  ଫେରିଥିବା ଲକ୍ଷ୍ୟ କରାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!