ବାହୁଡ଼ା ଯାତ୍ରା, ଆରମ୍ଭ ହେଲା ପହଣ୍ଡି

ପୁରୀ,୫/୦୬: ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ୯ ଦିନର ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ମହାପ୍ରଭୁ।  ଧାଡ଼ି ପହଣ୍ଡିରେ ରଥକୁ ପ୍ରଥମେ ପହଣ୍ଡି ହୋଇ ଆସିଲେ ସୁଦର୍ଶନ।ପହଣ୍ଡି ପରେ ରଥ ଉପରେ ବିଜେ କରିଛନ୍ତି ସୁଦର୍ଶନ। ଏହାପରେ ରଥରେ ଜଣକ ପରେ ଜଣେ ବିଜେ କରିବେ। ବାହୁଡ଼ା ଯାତ୍ରା ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ସମସ୍ତେ ମହାପ୍ରଭୁଙ୍କ ରଥ ଟାଣିବାକୁ ଅପେକ୍ଷା କରି ରହିଛନ୍ତି।ଶରଧାବାଲିରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ କମ୍ପୁଛି। ବାହୁଡ଼ା ଯାତ୍ରା ପାଇଁ ସବୁ ନୀତି ଶୀଘ୍ର ଚାଲିଛି। ଅପରାହ୍ଣ ସୁଦ୍ଧା ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!