ଉସିଗାଁ ରେ ମାଆ ପାଇଁ ବୃକ୍ଷ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୫ା୭ :- ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ , ଉସିଗାଁ ରେ ମାଆ ପାଇଁ ବୃକ୍ଷ ଟିଏ ଭାବ ଧାରାକୁ ଉଜ୍ଜିବିତ ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ ତରଫରୁ ସମସ୍ତେ ବୃକ୍ଷ ରୋପଣ କରିଛନ୍ତି । ମାଆ ପାଇଁ ଗଛଟିଏ ଓ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟ କ୍ରମରେ ସି.ଆର.ସି.ସି. ବାବୁଲାଲ ସାଗର ବନ ମହୋତ୍ସବରେ ରେ ଉପସ୍ଥିତ ରହି ପିଲାମାନଙ୍କୁ ମାଆ ପାଇଁ ଗୋଟିଏ ବୃକ୍ଷ ରୋପଣ ରେ ଛାତ୍ରଛାତ୍ରୀ ମାନଙ୍କୁ ମାଆର ପିଲା ପ୍ରତି ଶ୍ରଦ୍ଧା ଭାବନା ଜୀବନକୁ ଆଗକୁ ବଢ଼ାଇବା ,ସ୍ନେହ ,ଶ୍ରଦ୍ଧା ର ଭାବଧାରା ରେ ପିଲାଟି ନିଜକୁ ସୁନ୍ଦର ହୋଇ ଗଢ଼ିଉଠିପାରିବ ଏ ବାର୍ତ୍ତାରେ ପିଲାଙ୍କ ମନରେ ବୃକ୍ଷ ରୋପଣ ରେ ପ୍ରଭାବିତ କରାଇଥିଲେ । ମଇଦଲ ପୁର ବନ ବିଭାଗ ମୁଖ୍ୟ ଶ୍ରୀ ମଧୁସୂଦନ ପାତ୍ର ବୃକ୍ଷ ଜୀବନ କାଳ ଭିତରେ ମଣିଷ ପାଇଁ ଫୁଲ, ଫଳ, ଛାଇ, କାଠ ଓ ପତ୍ରଏତେ ସବୁ ମୁକ୍ତ ଭାବରେ ଦିଏ । କେବେ ସେ ମଣିଷ ଠାରୁ କିଛି ଆଶା ରଖେ ନାହିଁ । ମାଆ ପାଇଁ ଗଛର ଭାବନା ପିଲାଙ୍କ ମନରେ ଆବେଗ ଆଣି ଦେଉଥିଲା ।ଜନ୍ମ ଦିବସ ପାଳନରେ କେକ କାଟିବା ଵଦଳରେ ଵୃକ୍ଷ ରୋପଣ ସହ ଜନ୍ମ ଦିନ ପାଳନର ମହତ୍ତ୍ଵ ବାବଦରେ ଆଲୋଚନାରେ ପିଲାମାନେ ଖୁସି ପ୍ରକଟ କରିଥିଲେ।ପ୍ରଧାନ ଶିକ୍ଷୟିତ୍ରୀ କୁମାରୀ ପୁଷ୍ପାଞ୍ଜଳି, ,ମୈଦଲ ବନ ଵିଭାଗ ର ମୁଖ୍ୟ ଵନପାଳ ଅଧିକାରୀ ମଧୂସୂଦନ ପାତ୍ର , ସରସ୍ଵତି ମେହେର ,ମଧୁସ୍ମିତା ତ୍ରିପାଠୀ, ବସନ୍ତ ନାୟକ,ହରିହର ନାୟକ ପ୍ରମୁଖ ଵୃକ୍ଷରୋପଣ କାର୍ଯ୍ୟ ରେ ସହଯୋଗ ଓ ଉତ୍ସାହ ର ବାର୍ତ୍ତା ଦେଇଥିଲେ। ସି.ଆର.ସି.ସି. ବାବୁଲାଲ ତରଫରୁ ବୃକ୍ଷ ରୋପଣ ସହ ଆଗାମୀ ଦିନରେ ବୃକ୍ଷର ଯତନ କରିବା ପାଇଁ ପିଲାଙ୍କ ମନରେ ଆଗ୍ରହ ରେ ଶିଶୁଟିଏ-ବୃକ୍ଷଟିଏ ,ବୃକ୍ଷ ବଞ୍ଚିଲେ- ମଣିଷ ବଞ୍ଚିବ ଏଭଳି ମହତ ସ୍ଲୋଗାନ ମାଧ୍ୟମରେ ବୃକ୍ଷ ପ୍ରତି ସ୍ନେହ ଭାବ ଜନ୍ମାଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!