ଡାବୁଗାଁର ମହିଳା ଡାକ୍ତରଙ୍କ ଅକାଳ ବିୟୋଗରେ ମେଡିକାଲରେ ଶୋକସଭା ଅନୁଷ୍ଠିତ।

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୫ା୭ :ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଶୁକ୍ରବାର ସୋକର ଛାୟା ଖେଳିଯାଇଛି। ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଜଣେ ମହିଳା ଡାକ୍ତର ଙ୍କ ଗୁରୁବାର ରାତ୍ରି ପ୍ରାୟ ୩ଘ ସମୟରେ ଦେହାନ୍ତ ହୋଇଛନ୍ତି। ସୁଚନା ଯୋଗ୍ୟ ଡଃ, ଦିପ୍ତିମୟୀ ପଟ୍ଟନାୟକ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଲୋକଙ୍କ ସେବା କରିଆସୁଥିଲେ । ଗତ କିଛି ଦିନ ହେଲା ତାଙ୍କ ଦେହ ଅସୁସ୍ଥ ହେଲା ତେଣୁ ସେ ଗତ ତା ୧/୦୭/୨୦୨୫ ରିଖ ଦିନ ଛୁଟି ନେଇ ବିଶାଖାପାଟଣାମ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କ ମୁତ୍ୟୁ ଘଟିଥିବା ଜଣାଯାଉଛି । ଏନେଇ ଶୁକ୍ରବାର ଅପରାହ୍ନ 3 ଘଣ୍ଟା ସମୟରେ ଡ଼ାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଡଃ ଦିପ୍ତି ଙ୍କ ମୃତ୍ୟୁ କୁ ନେଇ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଶୋକାକୁଳ ପରିବେଶ ଦେଖିବକୁ ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!