ବିଶ୍ବ ପ୍ରସିଦ୍ଧ ବାହୁଡ଼ା ଯାତ୍ରା; ରତ୍ନବେଦୀ ଅଭିମୁଖେ ତିନି ଠାକୁର

ପୁରୀ,୫।୭: ଆଜି ପବିତ୍ର ବାହୁଡ଼ା ଯାତ୍ରା। ମାଉସୀ ମାଆଙ୍କ ଘରେ ରହଣୀ ପରେ ମହାପ୍ରଭୁ ବଡ଼ଭାଇ ଏବଂ ଭଉଣୀ ସହ ଶ୍ରୀମନ୍ଦିର ବାହୁଡ଼ୁଛନ୍ତି। ତେବେ ୩ ରଥ ଅର୍ଥାତ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ଗଡ଼ିବା ଆରମ୍ଭ କରିଛି ।ଆରମ୍ଭ ହେଲା ରଥ ଟଣା । ଜନ୍ମବେଦିରେ ସରିଲା ଲୀଳାଖେଳା । ଶ୍ରୀମନ୍ଦିର ଅଭିମୁଖେ ବାହିରିଲେଣି ଶ୍ରୀଜିଉ । ଗୁଣ୍ଡିଚା ମନ୍ଦିର ଛାଡ଼ି ଫେରୁଛନ୍ତି ସାଆନ୍ତେ । ପ୍ରଥମେ ଆରମ୍ଭ ହେଲା  ଶ୍ରୀବଳଭଦ୍ରଙ୍କ ରଥଟଣା । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି । ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବାପରେ ରଥଟଣା ନୀତି ଆରମ୍ଭ ହୋଇଛି । ଘଣ୍ଟା, ଘଣ୍ଟ, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର ।ତିନି ରଥକୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ। ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ବଡ଼ଦାଣ୍ଡରେ ଲହଡ଼ି ମାରୁଛି ଜନସମୁଦ୍ର। ଘଣ୍ଟଘଣ୍ଟା, ଭେରିତୂରୀରେ କମ୍ପୁଛି ଗଗନ ପବନ। ଭିଡ଼ ପାଇଁ କଡ଼ା ସୁରକ୍ଷା ଜାରି ରହିଛି।ଧାର୍ଯ୍ୟ ସମୟ ଠାରୁ ପ୍ରାୟ ୧ ଘଣ୍ଟା ପୂର୍ବରୁ ବାହୁଡ଼ାଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରାଯାଉଛି। ଆଗେ ଅଗେ ଯାଉଛନ୍ତି ବଡ଼ ଠାକୁର ବଳଭଦ୍ର, ମଝିରେ ମାଆ ସୁଭଦ୍ରା ପଛରେ କାଳିଆର ରଥ ଗଡ଼ୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!