ଜୁଲାଇ ୭ ରେ ମାଲକାନଗିରି ରେ ହିନ୍ଦୁ ଶୋଭାଯାତ୍ରା

ନବରଙ୍ଗପୁର ( ମିହିର ଶଙ୍କର ପାତ୍ର),,୬ା୭:ଆସନ୍ତା ଷୋମବାର ଜୁଲାଇ ୭ ରେ ମାଲକାନଗିରି ରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଗତ ମାସ ୨୬ ତାରିଖ ଦିନ ମାଲକାନଗିରି ଶ୍ରୀ କୃଷ୍ଣ ମନ୍ଦିରରେ ହିନ୍ଦୁ ମହାସଂଘ ର ଜିଲ୍ଲା କାର୍ଯ୍ୟକର୍ତ୍ତା, ବିଶ୍ବହିନ୍ଦୁ ପରିଷଦ ର କାର୍ଯ୍ୟକର୍ତ୍ତା ଓ ଅନ୍ୟାନ୍ୟ ହିନ୍ଦୁ ସଂଗଠନ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ଯୋଗଦାନ କରିଥିଲେ। ରାଜ୍ୟ ହିନ୍ଦୁ ମହାସଂଘ ଉପ ସଭାପତି ଲକ୍ଷ୍ମୀକାନ୍ତ ତ୍ରିପାଠୀ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ବୈଠକରେ ହିନ୍ଦୁ ମହାସଂଘ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ସୌଭାଗ୍ୟ ବାବା, ପ୍ରମୁଖ ଜୟନ୍ତ କୁମାର ପାତ୍ର, ବିଶ୍ଵାମିତ୍ରାନନ୍ଦ ଗିରି, କୋରକୋଣ୍ଡା ଆଶ୍ରମ ର ସ୍ବାମୀଜୀ, ରାମକୃଷ୍ଣ ଚୌଧୁରୀ,ମାଧକ ଚୈତନ୍ୟଜୀ, ବିଶ୍ବହିନ୍ଦୁ ପରିଷଦ ର ଶିବ ପଦ ମିର୍ଧା ଉପସ୍ଥିତ ରହି କାର୍ଯ୍ୟକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ। ମାଲକାନଗିରି ରେ ବଢୁଥିବା ଅନ୍ୟାୟ ଧର୍ମାନ୍ତରୀକରଣ, ହିନ୍ଦୁ ନେତାଙ୍କ ଉପରେ ଲାଗୁଥିବା ମିଥ୍ୟା ଆରୋପ ଓ ଜିଲ୍ଲା ର ସାଂପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକ ପରେ ମାଲକାନଗିରି ଜିଲ୍ଲାର ହିନ୍ଦୁ ନେତାଙ୍କ ମନରେ ସଂଗଠନ ର ଆବଶ୍ୟକତା କୁ ନେଇ ଅନେକ ଆଲୋଚନା ହେବା ପରେ ଆସନ୍ତା ୭ ତାରିଖ ରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ସ୍ଥିର କରା ଯାଇଥିଲା। ବିଧିବଦ୍ଧ ଭାବେ ଆଜି ହିନ୍ଦୁ ମହାସଂଘ ର ପ୍ରମୁଖ ଶାଖା ଭବାନୀ ବାହିନୀ ତାର ସମର୍ଥନ ଘୋଷଣା କରିଛି। ଏହା ଭବାନୀ ବାହିନୀ ରାଷ୍ଟ୍ରୀୟ ଅଧ୍ୟକ୍ଷା ଜୟ ଶ୍ରୀ ନାୟକ ସାମାଜିକ ଗଣମାଧ୍ୟମ ଦ୍ବାରା ପ୍ରକାଶ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!