ପୁରୀ,୬ା୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଆଜି ମହାପ୍ରଭୁଙ୍କ ସୁନାବେଶ। ଆଜି ଶ୍ରୀକ୍ଷେତ୍ରରେ ସୁନାବେଶ |ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ । ମଧ୍ୟାହ୍ନ ଧୂପ ସରିବା ପରେ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ନୀତି ଆରମ୍ଭ ହେବ । ତେବେ କେତେ ପ୍ରକାର ସୁନା ଅଳଙ୍କାର ପିନ୍ଧିବେ ଭଉଣୀ ସୁଭଦ୍ରା ଓ ବେନି ଭାଇ ବଳଭଦ୍ର-ଜଗନ୍ନାଥ ? ବଳିଆର ଭୁଜରେ କେଉଁ ସବୁ ଅଳଙ୍କାର ଲାଗିବ ? ମହାବାହୁ ଜଗନ୍ନାଥ କଣ କଣ ଅଳଙ୍କାର ପରିଧାନ କରିବେ ?ରବିବାର ପୂର୍ବାହ୍ନରେ ମହାପ୍ରଭୁଙ୍କର ଅସ୍ଥାୟୀ ବାହାର ରତ୍ନଭଣ୍ଡାର (ଯାହାକି ବର୍ତ୍ତମାନ ଚାଙ୍ଗଡା ଘରେ କାର୍ଯ୍ୟକ୍ଷମ) ଖୋଲାଯିବ। ସେଥିରୁ ସୁନାବେଶ ଲାଗି ଆବଶ୍ୟକ ଅଳଙ୍କାର ବାହାର କରାଯିବ। ଭଣ୍ଡାରମେକାପ ଓ ବଣିଆଙ୍କ ଉପସ୍ଥିତିରେ ଅଳଙ୍କାରଗୁଡ଼ିକ ସଫା କରାଯିବ। ରଥ ଉପରେ ମହାପ୍ରଭୁଙ୍କ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ବଢ଼ିବା ପରେ ସୁନାବେଶ ଆରମ୍ଭ ହେବ। ନିର୍ଘଣ୍ଟ ସମୟ ପୂର୍ବରୁ ଅର୍ଥାତ୍ ସଅଳ ନୀତିକାନ୍ତି କରାଯିବା ଲାଗି ପୂର୍ବରୁ ଦଇତାପତିଙ୍କ ସହ ପ୍ରଶାସନର ଆଲୋଚନା ବେଳେ ନିଷ୍ପତ୍ତି ନିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |