ପୁରୀ,୭ା୭: ଆଜି ଘୋଷ ଯାତ୍ରାରେ ଅଧରପଣା ନୀତି । ବଡ଼ ଓଡ଼ିଆ ମଠରୁ ଆସିଥିବା ପଣା ତିନି ରଥ ଉପରେ ଶ୍ରୀଜିଉଙ୍କଠାରେ କରାଯିବ ଲାଗି ।ଆଜି ଘୋଷ ଯାତ୍ରାରେ ଅଧରପଣା ନୀତି । ବଡ଼ ଓଡ଼ିଆ ମଠରୁ ଆସିଥିବା ପଣା ତିନି ରଥ ଉପରେ ଶ୍ରୀଜିଉଙ୍କଠାରେ କରାଯିବ ଲାଗି । ଅଧରାମୃତ ପାନ କରିବେ ରଥରେ ଥିବା ପାଶର୍ବ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା। ଅପରାହ୍ନ ୪ଟା ୩୦ରୁ ଅଧରପଣା ନୀତି ଆରମ୍ଭ ହୋଇ ରାତି ୮ଟା ୩୦ରେ ଶେଷ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ତେବେ ମଧ୍ୟ ରାତ୍ର ୨ଟାରେ ଶ୍ରୀଜିଉଙ୍କ ରାତ୍ର ପହୁଡ଼ ପଡ଼ିବ। ସେହିପରି ଆସନ୍ତାକାଲି କାଲି ମହାବାହୁ ନୀଳାଦ୍ରି ବିଜେ କରିବେ। ଆସନ୍ତାକାଲି ନୀଳାଦ୍ରିବିଜେରେ ରତ୍ନ ସିଂହାସନକୁ ବାହୁଡ଼ିବେ ଚତୁର୍ଦ୍ଦାମୂରତ୍ତି । ସିଂହଦ୍ୱାରରେ ଥିବା ରଥାରୁଢ଼ ଶ୍ରୀଜୀଉଙ୍କ ତିନିରଥ ଉପରେ ଏହି ଅଧରପଣା ଭୋଗ ନୀତି କରାଯିବ। ଶ୍ରୀଜୀଉ ମାନଙ୍କ ଅଧର ପର୍ଯ୍ୟନ୍ତ ଲମ୍ୱିଥିବା ମାଟି ହାଣ୍ତିର ବଡ଼ ଓଡ଼ିଆ ମଠ ଓ ରାଘବ ଦାସ ମଠ ପକ୍ଷରୁ ପ୍ରସ୍ତୁତ ପଣାକୁ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଣାକୁ ଭୋଗ କରାଯିବ।ପୂଜାପଣ୍ତା ମାନେ ଏହି ପଣାକୁ ଶ୍ରୀଜିଉ ମାନଙ୍କୁ ସମର୍ପଣ କରିବା ପରେ ହାଣ୍ତି ଗୁଡ଼ିକ ରଥ ଉପରେ ଭାଙ୍ଗି ଦିଆଯିବ। ଏହି ଅଧରପଣା ଭୋଗ କରାଯାଇ ହାଣ୍ତି ଗୁଡ଼ିକ ଭଙ୍ଗାଯିବାର ବିଶେଷ ମହତ୍ୱ ରହିଛି । ତିନିରଥର ଥିବା ପାର୍ଶ୍ୱ ଦେବାଦେବୀ, ଚଣ୍ତିଚାମୁଣ୍ତା ଓ ଅଶରୀର ଆତ୍ମାର ଶାନ୍ତି ନିମିତ୍ତ ଏହି ପଣା ଭୋଗ କରାଯାଏ। ସେମାନେ ଏହି ପଣାକୁ ପ୍ରସାଦ ରୁପେ ପାଇ ତୃପ୍ତ ହେବାର ବିଶ୍ୱାସ ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |