ନିର୍ଦ୍ବନ୍ଦ୍ବରେ ରାଜ୍ୟ ବିଜେପି ସଭାପତି ହେଲେ ମନମୋହନ ସାମଲ

ଭୁବନେଶ୍ବର,୭।୭: ରାଜ୍ୟ ବିଜେପି ସଭାପତି ପଦ ନେଇ ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେବାକୁ ଯାଉଛି । ଏହି ପଦ ପାଇଁ ନାମାଙ୍କନ ଭରିଲେ ମନମୋହନ ସାମଲ । ବର୍ତ୍ତମାନ ସୁଦ୍ଧା ସେ ଜଣେ ନାମାଙ୍କନ ଦାଖଲ କରିଥିବା ବେଳେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ନାମାଙ୍କନ ଦାଖଲ କରିଛନ୍ତି । ପୁଣି ଥରେ ସଭାପତି ହେବେ ମନମୋହନ ସାମଲ । ସେ ଜଣେ ନାମାଙ୍କନ ଭରିଥିବା ବେଳେ ସେ ହିଁ ହେବେ ରାଜ୍ୟ ବିଜେପି ସଭାପତି ।ବିଜେପି ରାଜ୍ୟ କାର୍ଯ୍ୟାଳୟ ସଭାପତି ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଏବଂ ଦଳର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲଙ୍କ ତତ୍ତ୍ଵାବଧାନରେ ଜାରି ରହିଛି ନିର୍ବାଚନ ପ୍ରକ୍ରିୟା । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ଚାଲିବ । ସେହିପରି 32ଜଣ ରାଷ୍ଟ୍ରୀୟ କାଉନସିଲ ପାଇଁ ନାମାଙ୍କନ ଭରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!