ଉମରକୋଟ (ମିହିର ଶଙ୍କର ପାତ୍ର) ୭/୭/୨୫:- ଉମରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭଣ୍ଡାରୀଗୁଡାରେ ଚଳିତ ବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ବନମହୋତ୍ସବ ଧୁମ ଧାମରେ ପାଳିତ ହୋଇଯାଇଛି। ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ପ୍ରକାଶ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଧୋଡ୍ରା ବିଟର ବନ ଅଧିକାରୀ ଶ୍ରୀମତୀ ସ୍ଥିତପ୍ରଜ୍ଞା ତ୍ରିପାଠୀ ଯୋଗଦେଇଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ଓ ବନ ଅଧିକାରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷର ଗୁରୁତ୍ୱ ଓ ପରିବେଶ ସଚେତନତା ଉପରେ ଉଦବୋଧନ ଦେଇଥିଲେ। ପ୍ରାଧ୍ୟାପକ ରଂଜିତ ମଜୁମଦାର ସଭା ପରିଚାଳନା କରିଥିଲେ। ସଂସ୍କୃତ ଶିକ୍ଷକ ମିହିର ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଶିକ୍ଷୟତ୍ରୀ,ଜେ. ଆର. ସି ଓ ସ୍କାଉଟ ପିଲାମାନଙ୍କ ସହଯୋଗରେ ବନ କର୍ମଚାରୀମାନେ ବିଦ୍ୟାଳୟ ହତା ଓ ପାର୍ଶ୍ୱରେ ୧୦୦ ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଚାରା ଗଛ ରୋପଣ କରିଥିଲେ। ତତସହ ସ୍ଥାନୀୟ ଗ୍ରାମରେ ପରିବେଶ ସଚେତନତା ଶୋଭାଯାତ୍ରା ଆୟୋଜନ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |