ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୮।୭:ମାଲକାନଗିରି ସହରରେ ହିନ୍ଦୁ ଧର୍ମ ସୁରକ୍ଷା ପାଇଁ ହିନ୍ଦୁ ମହାସଂଘ, ବିଶ୍ବହିନ୍ଦୁ ପରିଷଦ, ଭବାନୀ ବାହିନୀ, ବନବାସୀ କଲ୍ୟାଣ ଆଶ୍ରମ ସହ ଅନ୍ୟାନ୍ୟ ହିନ୍ଦୁ ସଂଗଠନ ମିଳିତଭାବେ ଏକ ଭବ୍ୟ ଶୋଭାଯାତ୍ରା ର ଆୟୋଜନ କରିଥିଲେ। ରାଷ୍ଟ୍ରୀୟ ଧର୍ମ ସୁରକ୍ଷା ମଞ୍ଚ ଆବାହକ ରାମକୃଷ୍ଣ ଚୌଧୁରୀ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ, ମାର୍ଗଦର୍ଶକ ସୌଭାଗ୍ୟ ବାବା, ବିଶ୍ବମିତ୍ରାନନ୍ଦ ଗିରି, ହିନ୍ଦୁ ମହାସଂଘ ଅବିଭକ୍ତ କୋରାପୁଟ ଜିଲ୍ଲା ସଭାପତି ଜଗନ୍ନାଥ ଶତପଥୀ, ରଜନୀ ନାୟକ, ମନୋଜ ମହାଙ୍କୁଡ, ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଜିଲ୍ଲା ସଭାପତି ନୀଳମଣି ପ୍ରଧାନ, ଶିବପାଦ ମିର୍ଧା ପ୍ରମୁଖ ଉପସ୍ଥିତ ଥିଲେ। ହଜାର ରୁ ଉର୍ଦ୍ଧ୍ବ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ଅନ୍ୟାୟ ଧର୍ମାନ୍ତରୀକରଣ ବିରୋଧ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଯାଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |