ଭୁବନେଶ୍ବର,୯।୭:ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ ଜଗନ୍ନାଥ ପ୍ରଧାନଙ୍କ ଆବେଦନର ଶୁଣାଣି କରି ଜାମିନ ପ୍ରଦାନ କରିଛନ୍ତି । ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ ।ଝାରପଡ଼ା ଜେଲରୁ ବାହାରିଲେ ଜଗନ୍ନାଥ ପ୍ରଧାନ । ଆଜି ସକାଳେ ଜାମିନ ମଞ୍ଜୁର ପରେ ଜେଲରୁ ବାହାରିଲେ ଜଗନ୍ନାଥ ପ୍ରଧାନ । ଜେଲରୁ ବାହାରିଲା ବେଳେ ସ୍ବାଗତ କଲେ ଶୁଭେଚ୍ଛୁ, ସମର୍ଥକ । ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ସେଠି ପହଞ୍ଚିଥିଲେ ।ବାଣ ଫୁାଟଇ ବିରାଟ ଶୋଭାଯାତ୍ରା ପାଛୋଟି ନେଲେ ସମର୍ଥକ । ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ ପ୍ରଧାନ । ଜାମିନ ମଞ୍ଜୁର କରିଥିଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ ।ତେବେ ଜେଲରୁ ବାହାରିବା ପରେ ଦୀପ ଧୂପ ଓ ଫୁଲ ମାଳ ଦେଇ ଜଗାଙ୍କୁ ସ୍ୱାଗତ କରୁଛନ୍ତି ସମର୍ଥକ । ଗତ ଗୁରୁବାର ଜଗନ୍ନାଥ ପ୍ରଧାନ ଗିରଫ ହୋଇ ଜେଲ ଯାଇଥିଲେ । ଜେଲରୁ ବାହାରିବା ପରେ ନିଜ ପାର୍ଟି ଅଫିସକୁ ଯିବେ ଜଗନ୍ନାଥ ପ୍ରଧାନ । ପରେ ବାଇକ ରାଲି ଜରିଆରେ ପାର୍ଟି ଅଫିସ ଯିବାର କାର୍ଯ୍ୟକ୍ରମ ରହିଛି । ରାସ୍ତାରେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |