ଚାଷୀ ଏବଂ ଗ୍ରାମୀଣ ଶ୍ରମିକ ସଂଗଠନ ସହ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ମିଳିତ ମଞ୍ଚ ଦ୍ୱାରା ଭାରତ ବନ୍ଦ ପାଳନ

ନୂଆଦିଲ୍ଲୀ, ୯।୭: ଆଜି ଦେଶବ୍ୟାପୀ ଏକ ହଡ଼ତାଳ ବା ‘ଭାରତ ବନ୍ଦ’ ଡାକରା ହୋଇଛ। ଯାହାକୁ ବିଭିନ୍ନ ଟ୍ରେଡ଼ ୟୁନିଅନ ଏବଂ କୃଷକ ସଂଗଠନମାନେ ସମର୍ଥନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଟ୍ରେଡ ୟୁନିଅନ ମିଳିତ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।ଚାଷୀ ଏବଂ ଗ୍ରାମୀଣ ଶ୍ରମିକ ସଂଗଠନ ସହ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ମିଳିତ ମଞ୍ଚ ଦ୍ୱାରା ଭାରତ ବନ୍ଦ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଟ୍ରେଡ ୟୁନିଅନ ମିଳିତ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।ଆନ୍ଦୋଳନରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଶ୍ରମିକମାନେ ସାମିଲ ହୋଇଛନ୍ତି । ଭାରତ ବନ୍ଦକୁ ସମର୍ଥନ କରୁଥିବା ଟ୍ରେଡ ୟୁନିୟନ ଗୁଡିକ ହେଉଛି, ଭାରତୀୟ ରାଷ୍ଟ୍ରୀୟ ଟ୍ରେଡ ୟୁନିଅନ କଂଗ୍ରେସ , ଅଖିଳ ଭାରତୀୟ ଟ୍ରେଡ ୟୁନିଅନ କଂଗ୍ରେସ, ହିନ୍ଦ ମଜଦୁର ସଭା, ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିଅନ, ଅଖିଳ ଭାରତୀୟ ସଂଯୁକ୍ତ ଟ୍ରେଡ ୟୁନିଅନ ସେଣ୍ଟର, ଟ୍ରେଡ ୟୁନିଅନ ସମନ୍ବୟ କେନ୍ଦ୍ର, ସ୍ୱ ନିୟୋଜିତ ମହିଳା ସଂଘ, ଅଖିଳ ଭାରତୀୟ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ପରିଷଦ, ଶ୍ରମ ପ୍ରଗତିଶୀଳ ମହାସଂଘ ଏବଂ ସଂଯୁକ୍ତ ଟ୍ରେଡ ଯୁନିଅନ କଂଗ୍ରେସ ପ୍ରମୁଖ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!