ରାଜ୍ୟରେ ଚତୁର୍ଥ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ

ଭୁବନେଶ୍ୱର,୧୧ା୭:ରାଜ୍ୟରେ ଚତୁର୍ଥ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ । ଯେଉଁଥି ପାଇଁ ନାହିଁନଥିବା ହନ୍ତସନ୍ତ ହେଉଛନ୍ତି ଓଡ଼ିଶାବାସୀ । ସରକାରଙ୍କ ସହ ଆଲୋଚନାରୁ ବାହାରିପାରିଲାନି କୌଣସି ନିଷ୍କର୍ସ । ଦାବି ପୂରଣ ନେଇ ଜିଦରେ ଅଟଳ ଡ୍ରାଇଭର ମହାସଂଘ । ଆନ୍ଦୋଳନ ଯୋଗୁ ଆସିପାରୁନି ପେଟ୍ରୋଲ, ଡିଜେଲ ଟ୍ୟାଙ୍କର । ତେଲ ଶେଷ ହେବା ଆଶଙ୍କାରେ ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଛି । ସେପଟେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପେଟ୍ରୋଲ – ଡିଜେଲ ସମସ୍ୟା ନାହିଁ ।ଆନ୍ଦୋଳନ ଯୋଗୁ ଆସିପାରୁନି ପେଟ୍ରୋଲ, ଡିଜେଲ ଟ୍ୟାଙ୍କର । ତେଲ ଶେଷ ହେବା ଆଶଙ୍କାରେ ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଛି । ସେପଟେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପେଟ୍ରୋଲ – ଡିଜେଲ ସମସ୍ୟା ନାହିଁ ।୪ ଦିନ ହେଲା ଜାରି ରହିଛି ଡ୍ରାଇଭର ମହାସଂଘର ଆନ୍ଦୋଳନ। ରାଜ୍ୟ ସରକାର ଡ୍ରାଇଭର ମାନଙ୍କ ଦାବି ଉପରେ କଣ ବିଚାର କରିବେ ଏବଂ ଡ୍ରାଇଭର ମହାସଂଘ ଆନ୍ଦୋଳନରୁ କେବେ ଓହରିବ ତାହା ଉପରେ ସମସ୍ତଙ୍କ ନଜର ।ଅନ୍ୟପଟେ ରାହୁଲ ଗାନ୍ଧିଙ୍କ ସମ୍ବିଧାନ ବଞ୍ଚାଅ ଆନ୍ଦୋଳନକୁ ବିରୋଧ କରିବା ପାଇଁ ରାଜ୍ୟବାସୀଙ୍କୁ ହଇରାଣ କରୁଛନ୍ତି ମୋହନ ସରକାର । ଡ୍ରାଇଭର ଆନ୍ଦୋଳନକୁ ନେଇ ବିଜେପି ସରକାର ଷଡ଼ଯନ୍ତ୍ର କରୁଛି ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ସେ କହିଛନ୍ତି, ସମ୍ବିଧାନ ବଞ୍ଚାଅ ଆନ୍ଦୋଳନ କେହି ରୋକି ପାରିବେ ନାହିଁ । ସେପଟେ ଏହାର କାଉଣ୍ଟରରେ ବିଜେପି ବିଧାୟକ ବିଭୁତି ଭୂଷଣ ପ୍ରଧାନ କହିଛନ୍ତି, ରାଜ୍ୟରେ ଆମର ସରକାର ଅଛି । ସରକାରଙ୍କୁ ଅଡୁଆରେ ପକାଇ ଆନ୍ଦୋଳନ କରିବୁ କି ? କଂଗ୍ରେସର ମତିଭ୍ରମ ହୋଇଛି । ସେଥିପାଇଁ ସେମାନେ ଏପରି ଅଭିଯୋଗ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!