ନୂଆଦିଲ୍ଲୀ,୧୧।୭:ଆଜି ସକାଳେ ଦିଲ୍ଲୀ ଏନସିଆରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ତୀବ୍ରତା ୪.୧ ରହିଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ରେୱାଡିରେ ଥିଲା । ଫଳରେ ଲୋକେ ୟରେ ଘର ବାହାରକୁ ଦୌଡିଥିଲେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।ଦିଲ୍ଲୀ NCRରେ ଭୂକମ୍ପର ଝଟକା। ସକାଳ ୯ଟା ୪ ସମୟରେ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୪ ବୋଲି ଜଣାପଡିଛି। ହରିୟାଣାର ଝଜ୍ଜର୍ ନିକଟରେ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି। ସକାଳୁ ସକାଳୁ ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା। ଥରିଲା ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ। ପ୍ରଥମ ଭୂମିକମ୍ପର ତୀବ୍ରତା ୫.୨ ରହିଥିଲା। ଏହାପରେ ଅନେକ ଝଟକା ଅନୁଭବ କରାଯାଇଥିଲା। ଏଥିରେ ଲୋକେ ଖୁବ ଭୟଭୀତ ହୋଇଯାଇଥିଲେ। ଏହି ଭୂମିକମ୍ପ ଗୁଆଟେମାଲାର ସିଟିରୁ ୬୦ କିମି ଦୂରରେ ଘଟିଥିଲା। ଅନ୍ୟ ଭୂମିକମ୍ପ ଝଟକାର ତୀବ୍ରତା ୩.୯ ଏବଂ ୫.୬ ମପାଯାଇଥିଲା। ଗତକାଲି ସେଣ୍ଟ୍ରାଲ ଆମେରିକାର ଗୁଆଟେମାଲାରେ ଶକ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ସେଠାକାର ଘରକୁ ଦୋହଲାଇ ଦେଇଥିଲା। ମିଡିଆ ରିପୋର୍ଟ ମୁତାବକ, ଅଧିକାରୀମାନେ ସେଠାକାର ଲୋକଙ୍କୁ ବଞ୍ଚିବା ପାଇଁ ବିଲ୍ଡିଂକୁ ଖାଲି କରିବାକୁ କହିଥିଲା।ଏହି ଭୂମିକମ୍ପ ଯୋଗୁଁ କିଛି କୋଠା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |