ଓଡ଼ିଶା ଆସିବେ ରାଷ୍ଟ୍ରପତି,ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ

ଭୁବନେଶ୍ୱର ,୧୩।୦୭ : ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋମବାର ଭୁବନେଶ୍ବର ଏମ୍ସର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ହେବେ ସାମିଲ। ସନ୍ଧ୍ୟା ସାଢ଼େ ୫ଟାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ, ଭୁବନେଶ୍ବର ସାଂସଦ ମଧ୍ୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଚଳିତ ମାସ ୧୪ ତାରିଖରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ। ରାଜଧାନୀ ଭୁବନେଶ୍ୱରର ଏମ୍ସରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ।ଏହି ଗସ୍ତ ଅବସରରେ ବିଭିନ୍ନ ବିଭାଗରେ ମୋଟ୍ ୬୪୩ ଜଣ ଛାତ୍ରଛାତ୍ରୀଙ୍କୁ ମିଳିବ ଡିଗ୍ରୀ ସାର୍ଟିଫିକେଟ୍ । ୩୧ ଜଣ ଛାତ୍ରଛାତ୍ରୀ ପାଇବେ ସ୍ବର୍ଣ୍ଣ ପଦକ। ଏହି ଅବସରରେ ରାଷ୍ଟ୍ରପତିଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ଭବ୍ୟ କରିବ। ତେଣୁ ବେଶ୍ ଉତ୍ସାହିତ ଅଛନ୍ତି ଏମ୍ସ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀ। ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପୋଲିସ ପ୍ରଶାସନ। ସୁରକ୍ଷା ଦାୟିତ୍ବରେ ରହିବେ ୨୫୦ ଜଣ ପୋଲିସ ଅଧିକାରୀଙ୍କ ସହ ୫୦ ପ୍ଲାଟୁନ୍ ଫୋର୍ସ। ବିମାନବନ୍ଦରରୁ ଏମ୍ସ ପର୍ଯ୍ୟନ୍ତ ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି। ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ପୋଲିସ କମିଶନର, ଅତିରିକ୍ତ ପୋଲିସ କମିଶନର, ଭୁବନେଶ୍ବର ଡିସିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ରାଜଧାନୀରୁ କଟକ ଯାଏ ବ୍ୟାପକ ବ୍ୟବସ୍ଥା ହୋଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ  ଯୋଗେଶ ବାହାଦୁର ଖୁରାନିଆ ପ୍ରମୁଖ ଏମ୍ସ ପରିଦର୍ଶନ କରିବା ସହ ସେଠାକାର ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଭୁବନେଶ୍ୱର- କଟକ ପୋଲିସ କମିଶନର, ଅତିରିକ୍ତ ପୋଲିସ କମିଶନର, ଭୁବନେଶ୍ୱର ଡିସିପିଙ୍କ ସମେତ ଏମ୍ସର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!