ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୭: ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ସମ୍ପର୍କରେ ଖୁବଶୀଘ୍ର ଏକ ବିଜ୍ଞପ୍ତି ଜାରି କରାଯିବ ବୋଲି ଜଣାପଡିଛି।ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି। ଗତକାଲି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼  ଅଚାନକ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଇସ୍ତଫାର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ସ୍ବାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିବା କୁହାଯାଉଛି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଇଥିବା ଇସ୍ତଫାପତ୍ରରେ ଧନଖଡ଼ ଲେଖିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ ଓ ସ୍ବାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିଲେ। ସେ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇବା ସହିତ ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ମଧ୍ୟ ସହଯୋଗ ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକାଳ ପୂରିବା ପୂର୍ବରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାେର ଧନଖଡ଼ ହେଉଛନ୍ତି ତୃତୀୟ ବ୍ୟକ୍ତି। ଏହାପୂର୍ବରୁ ୧୯୬୯ରେ ଭିଭି ଗିରି ଏବଂ ୧୯୮୭ରେ ଆର. ଭେଙ୍କଟରମଣ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ କୌଣସି ଉପରାଷ୍ଟ୍ରପତି ଏଭଳି ଇସ୍ତଫା ଦେଇନଥିଲେ। ଉଭୟ ଭିଭି ଗିରି ଏବଂ ଭେଙ୍କଟରମଣ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଇସ୍ତଫା ଦେଇଥିଲେ। କିନ୍ତୁ ଧନଖଡ଼ ସ୍ବାସ୍ଥ୍ୟ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ।ଉପରାଷ୍ଟ୍ରପତି ଧନଖଡ଼ଙ୍କ ଅଚାନକ ଇସ୍ତଫା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଗତକାଲି ଦିନରେ ରାଜ୍ୟସଭାରେ ଗୃହ ପରିଚାଳନା କରିଥିବା ବେଳେ ସନ୍ଧ୍ୟାରେ ତାଙ୍କର ଅଚାନକ ଇସ୍ତଫା ଖବରକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଉପରାଷ୍ଟ୍ରପତି ପଦ ଏବେ ଖାଲି ରହିବ ଏବଂ ଆସନ୍ତା ୬ ମାସ ମଧ୍ୟରେ ଏହି ପଦ ଲାଗି ନିର୍ବାଚନ କରିବାକୁ ପଡ଼ିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!